‘ବ୍ଲୁ ହ୍ୱେଲ୍ ଗେମ୍’ର ଶିକାର ହେଲେ ଆଉ ଜଣେ ଛାତ୍ର ! ଟାକ୍ସ ପୁରା କରିବାକୁ କଲେ ଆତ୍ମହତ୍ୟାର ପ୍ରୟାସ

70

ଏବେ ସାରା ବିଶ୍ୱରେ ପିଲାମାନଙ୍କ ପାଇଁ ଅନଲାଇନ୍ ଗେମ୍ ‘ବ୍ଲୁ ହ୍ୱେଲ୍ ଗେମ୍’ ଆତ୍ମଘାତୀ ପାଲଟି ଯାଇଛି । ଏହି ଗେମର କାରଣରୁ ଇନ୍ଦୋରର ଜଣେ ଛାତ୍ର ନିଜର ସ୍କୁଲର ତିନି ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ କିଛି ଛାତ୍ର ତାଙ୍କୁ ଅଟକାଇ ଜୀବନ ବଂଚାଇଛନ୍ତି ।

ଏଏସପି ରୁପେଶ କୁମାର ଦ୍ୱିବେଦୀଙ୍କ କହିବାନୁସାରେ , ରାଜେନ୍ଦ୍ର ନଗର ଅଂଚଳର ଚମେଲି ଦେବୀ ପବ୍ଲିକ୍ ସ୍କୁଲ୍ ରେ ୭ମ ଶ୍ରେଣୀରେ ପଢୁଥିବା ୧୩ ବର୍ଷୀୟ ଛାତ୍ର ତିନି ମହଲର କୋଠାର ରେଲିଂ ଭାଂଗି ତଳକୁ ଡେଇଁବାକୁ ଚେଷ୍ଟା କରୁଥିଲେ । ତାଙ୍କର ସାଥୀ ମାନେ ତାଙ୍କୁ ଧରି ଉପରକୁ ଟାଣିଥିଲେ । ଏହାସହ ଅଧ୍ୟାପକଙ୍କୁ ଏହି ଘଟଣା ବିଷୟରେ କହିଥିଲେ । ପରେ ପୁଲିସକୁ ଏହାର ସୂଚନା ଦିଆଯାଇଥିଲା ।

ଏହା ଭିତରେ ଚମେଲି ଦେବୀ ପବ୍ଲିକ୍ ସ୍କୁଲର ପ୍ରିନ୍ସପାଲ ସଂଗୀତା ପୋଦ୍ଦାର କହିଛନ୍ତି ସକାଳେ ସ୍କୁଲର ଦୈନିକ ସଭା ସରିବା ପରେ ସବୁ ପିଲାଙ୍କ ପରି ସେହି ଛାତ୍ର ନିଜ ଶ୍ରେଣୀ ଗୃହକୁ ଯାଉଥିଲେ । ସେତେବେଳେ କିଛି ଛାତ୍ର ତାଙ୍କୁ ୩ ମହଲାରୁ କୁଦା ମାରିବାକୁ ଚେଷ୍ଟା କରୁଥିବାର ଦେଖିଥିଲେ ଏବଂ ତାଙ୍କୁ ଟାଣି ଅଟକାଇଥିଲେ ।

ଛାତ୍ରଟି ଆତ୍ମହତ୍ୟା କରିବାର କାରଣ କ’ଣ ଥିଲା ?
ମିଳିଥିବା ସୂଚନା ଅନୁସାରେ , ଛାତ୍ର ଜଣକ ଗତ କିଛି ଦିନରୁ ନିଜ ପିତାଙ୍କ ମୋବାଇଲରେ ବ୍ଲୁ ହ୍ୱେଲ୍ ଗେମ୍ ଖେଳୁଥିଲେ । ସେ ଗେମର ଶେଷ ଗେମ୍ ଓ ୫୦ତମ ଟାକ୍ସ ପୁରା କରିବାକୁ ଆତ୍ମହତ୍ୟା କରିବା ପାଇଁ ଭାବିଥିଲେ । ସେଥିପାଇଁ ଅନେକ ଦିନ ହେଲା ଚିନ୍ତାରେ ରହୁଥିଲେ । ଏହି ଛାତ୍ରକୁ ଏଭଳି ଘଟଣା ପରେ ତାଙ୍କର ଅଭିଭାବକଙ୍କ ପାଖକୁ ପଠାଇଦିଆଯାଇଛି । ପୁଲିସ କୈାଣସି ମନୋଚିକିତ୍ସକଙ୍କ ପାଖରେ ଛାତ୍ରଟିର କାଉଂସେଲିଂ କରିବାକୁ ବିଚାର କରୁଛି ।

ସ୍କୁଲର ପ୍ରିନ୍ସପାଲ କହିଛନ୍ତି , ଆତ୍ମହତ୍ୟାକୁ ରୋକିବା ପରେ ଛାତ୍ରଜଣକ ଖୁବ୍ ଡରିଯାଇଥିଲେ । ଶିକ୍ଷକମାନେ ଆତ୍ମୀୟତାର ସହ ତାଙ୍କ କଥାବାର୍ତା ହୋଇଥିଲେ । ଛାତ୍ର ଜଣକ କହିଥିଲେ ଯେ , ସେ କିଛି ଦିନ ହେଲା ବ୍ଲୁ ହ୍ୱେଲ ଗେମ୍ ଖେଳୁଥିଲେ । ସୂଚନାଯୋଗ୍ୟ ଯେ , ଗତ ୨୯ ଜୁଲାଇରେ ଏମିତି ଏକ ଘଟଣା ଘଟିଥିଲା ମୁମ୍ବାଇର ଅନ୍ଧେରୀ ନଗରରେ । ଜଣେ ୧୪ ବର୍ଷୀୟ ଛାତ୍ର ବ୍ଲୁ ହ୍ୱେଲ୍ ଗେମ ଖେଳି ଆତ୍ମହତ୍ୟା କରିଥିଲେ । ଏ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ( ସୈାଜନ୍ୟ- ନ୍ୟୁଜ୍-୧୮)