ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ : ପାରିମାଣିକ ଦର୍ଶନ ପରେ ଚାଲିଛି ସାହାଣମେଲା ଦର୍ଶନ, ଶ୍ରୀଜିଉଙ୍କୁ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ

102

କନକ ବ୍ୟୁରୋ: ଆଜି ନବଯୌବନ ଦର୍ଶନ । ସ୍ନାନଯାତ୍ରା ପରଠାରୁ ଜ୍ୱରରେ ପୀଡିତ ହୋଇଥିବା ମହାପ୍ରଭୁ ଏବେ ପୁରା ସୁସ୍ଥ ହୋଇଛନ୍ତି । ତେଣୁ ଆଜି ନବଯୋ÷ବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଆଜି ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ପାରିମାଣିକ ଦର୍ଶନ ହୋଇଛି । ୯ଟାରୁ ସାଢେ ୧୦ଟା ଯାଏଁ ସାହାଣମେଲା ଦର୍ଶନ ସରିଛି । ପାରିମାଣିକ ଦର୍ଶନ ପାଇଁ ଟିକେଟ୍ ବ୍ୟବସ୍ଥା ହୋଇଥିବା ବେଳେ ସାହାଣମେଲାରେ ଦେଢଘଂଟା ଭକ୍ତମାନେ ମହାପ୍ରଭୁଙ୍କୁ ମାଗଣା ଦର୍ଶନ କରିବେ ।

ଦିନ ସାଢେ ୧୦ଟା ପରେ ଦର୍ଶନ ବନ୍ଦ ହୋଇ ଅନ୍ୟାନ୍ୟ ନୀତି ଆରମ୍ଭ ହେବ । ନବଯୌବନ ପ୍ରାପ୍ତି ହେବା ପାଇଁ ଅଣସର ପିଣ୍ଡିରେ ଚାଲିଥିବା ପ୍ରସ୍ତୁତି ପର୍ବରେ ଗତକାଲି ମହାପ୍ରଭୂଙ୍କୁ ବନକଲାଗି କରାଯାଇଥିଲା । ବିଳମ୍ବିତ ରାତିରେ ବନକଲାଗି ନୀତି ସରିବା ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି । ନବଯୋ÷ବନ ବେଶ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହା ସହ ଆସନ୍ତାକାଲି ଘୋଷଯାତ୍ରା ଉପଲକ୍ଷେ ମଧ୍ୟ ଶ୍ରୀମନ୍ଦିର ପରିସର ଚଳଚଂଚଳ ରହିଛି ।

puri-badadanda
image courtesy-http://www.jagannathdham.in

ସେପଟେ , ମହାପ୍ରଭୁଙ୍କୁ ଦେଖିବା ପାଇଁ କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟିଛି । କାଳିଆ ସାଆନ୍ତକୁ ମନଭରି ଟିକିଏ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଏପିରିକି ରଥଯାତ୍ରାର ମାସକ ପୂର୍ବରୁ ହିଁ ପୁରୀ ସମେତ ଆଖାପାଖ ଅଂଚଳରେ ଥିବା ବିଭିନ୍ନ ହୋଟେଲ ଲଜ୍ ଆଦି ବୁକିଂ ହୋଇସାରିଛି । ତେବେ ସଭିଁଙ୍କ ମନରେ ଖାଲି ଗୋଟିଏ ଅଭିଳାଶା କେତେବେଳେ ତାଙ୍କ ଆରାଧ୍ୟ ଦେବତା ଶ୍ରୀମନ୍ଦିର ବାହାରକୁ ଆସିବେ ଆଉ ବଡଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ଦେବେ । ସତରେ ଏହି ମୁହୂର୍ତ୍ତ କୌଣସି ଅଲୌକିକ ମୁହୂର୍ତ୍ତଠୁ କମ ନୁହେଁ ।