୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହେବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ : ପ୍ରଭାବରେ ଆଜି ରାତିରୁ ଉତ୍ତର ଓଡ଼ିଶାରେ ଲାଗିରହିବ ବର୍ଷା

42

କନକ ବ୍ୟୁରୋ: ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଲଘୁଚାପ ରୂପ ନେବ । ଏହା ପ୍ରଭାବରେ ୨୫ ତାରିଖ ରାତିରୁ ଉତ୍ତର ଓଡ଼ିଶାରେ ବର୍ଷା ଲାଗିରହିବ । ୨୬ ତାରିଖ ସକାଳ ବେଳକୁ ଲଘୁଚାପ ଯୋଗୁଁ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

source : Outlook India

ବିଭାଗ ଆକଳନ କରିଛି ଯେ ଲଘୁଚାପର ପ୍ରଭାବ ଉତ୍ତର ଓଡ଼ିଶା ଉପରେ ଅଧିକ ରହିବ । ତେଣୁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏହି ବର୍ଷର୍ା ୩ ଦିନ ଧରି ଲାଗିରହିବ। ଉପକୂଳ ଓଡ଼ିଶାର ପୁରୀ, ଖୋର୍ଧା ଜିଲ୍ଲାରେ ମଧ୍ୟ ୨୭ ତାରିଖ ବେଳକୁ ଲଘୁଚାପ ପ୍ରଭାବରେ ବର୍ଷା ହେବା ନେଇ ଆକଳନ କରାଯାଇଛି । ୨୯ ତାରିଖ ବେଳକୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ସୋନପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି ।

rain
image courtesy – Scroll.in
ପାଣିପାଗ ବିଜ୍ଞାନୀଙ୍କ କହିବାନୁଯାୟୀ ଏଥର ଲଘୁଚାପର ପ୍ରଭାବ ସେତେ ଅଧିକ ରହିବ ନାହିଁ । ଉତ୍ତର ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ । ୨୫ ତାରିଖ ରାତି ଓ ୨୬ ତାରିଖ ଦିନ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୮ ଓ ୨୯ ତାରିଖ ବେଳକୁ ଲଘୁଚାପ ଉତ୍ତର ପଶ୍ଚିମ ଓଡ଼ିଶା ଦେଇ ଓଡ଼ିଶା ଅତିକ୍ରମ କରିବ । ପ୍ରଭାବରେ ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ୨୪ ମିମି ବର୍ଷା ହୋଇଥିବା ବେଳେ ଫୁଲବାଣୀରେ ୧୬, ଗୋପାଳପୁରରେ ୧୨, ପୁରୀରେ ୬, ସୋନପୁରରେ ୩ ମିମି ବର୍ଷା ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।