ଡେଙ୍ଗୁ ଏବଂ ଚିିକେନଗୁନିଆ ଭଳି ରୋଗ ପାଇଁ ରାମବାଣ ସାଜିଥାଏ ଏହି ଜୁସ୍ !

88

ମଶାମାନଙ୍କ ଉପଦ୍ରବ କାରଣରୁ ଡେଙ୍ଗୁ ଏବଂ ଚିିକେନଗୁନିଆ ଭଳି ରୋଗ ଦିନକୁ ଦିନ ବଢିବାରେ ଲାଗିଛି । ଡେଙ୍ଗୁ ଏବଂ ଚିିକେନଗୁନିଆ ଏଭଳି ଏକ ରୋଗ ଯାହା ମଣିଷ ଶରୀରକୁ ଦୁର୍ବଳ କରିଦେଇଥାଏ । ଡାକ୍ତରଙ୍କ କହିବାନୁସାର ଏହି ରୋଗରେ ଶରୀରରୁ ପ୍ଲେଟଲେଟସ୍ କମିଯାଉଥିବାରୁ ଠିକ୍ ସମୟରେ ଚିକିତ୍ସା ନକଲେ ଜୀବନ ଚାଲିଯିବାର ସମ୍ଭାବନା ମଧ୍ୟ ଥାଏ । କିନ୍ତୁ ଯଦିି ଚିକିତ୍ସା ପ୍ରତି ଦୃଷ୍ଟି ଦେବେ ତେବେ ପରିବା ରୂପେ ଖାଉଥିବା ଅମୃତଭଣ୍ଡା ପତ୍ର ଡେଙ୍ଗୁ ଏବଂ ଚିିକେନଗୁନିଆ ଭଳି ରୋଗ ପାଇଁ ରାମବାଣ ଭଳି କାର୍ଯ୍ୟ କରିଥାଏ । ଅମୃତଭଣ୍ଡା ପତ୍ରରେ ଥିବା ଏସିଟୋଜିନିନ୍ ଏଭଳି ରୋଗକୁ ରୋକିବାରେ ସହାୟକ ହୋଇଥାଏ । ଏହି ପତ୍ରର ଜୁସ୍ ପ୍ରସ୍ତୁ୍ତ କରି ଆପଣ ପିଇ ମଧ୍ୟ ପାରିବେ ।

ଅମୃତଭଣ୍ଡା ପତ୍ରରେ ଜୁସ୍ ପ୍ରସ୍ତୁତ କରିବା ବିଧି :

ଅମୃତଭଣ୍ଡା ପତ୍ରକୁ ବାହାର କରି ଭଲ ଭାବରେ ଧୋଇନିଅନ୍ତୁ । ଏହି ପତ୍ରକୁ ପାଣିରେ ଫୁଟାନ୍ତୁ ଏବଂ ପାଣି ଅଧା ନହେବା ଯାଏଁ ଫୁଟିବାକୁ ଦିଅନ୍ତୁ । ପରେ ଏହି ପତ୍ରକୁ ବାହାର କରି ବାଟି ନିଅନ୍ତୁ ଏବଂ ଏଥିରୁ ଜୁସ୍ ବାହାର କରନ୍ତୁ । ଅମୃତଭଣ୍ଡା ପତ୍ର ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାରେ ସହାୟକ ହୋଇଥାଏ । ଶରୀରରୁ କମୁଥିବା ପ୍ଲେଟଲେଟସକୁ ବଢାଇବା ସହ ଜମାଟ ବାନ୍ଧୁଥିବା ରକ୍ତକୁ ପ୍ରସାରିତ କରିବାରେ ମଧ୍ୟ ଏହି ପତ୍ର ସହାୟକ ହୋଇଥାଏ । ଅମୃତଭଣ୍ଡା ପତ୍ରରେ ଭିଟାମିନ୍ ଏ,ବି,ସି,କ୍ୟାଲସିୟମ୍,ପ୍ରୋଟିନ ଏବଂ ଆୟରନ୍ ଭରପୂର ମାତ୍ରାରେ ଥାଏ । ଯାହା ଶରୀରକୁ ବିଭିନ୍ନ ରୋଗ ଦାଉରୁ ମୁକ୍ତ କରିଥାଏ ।