ବାଘ ବାଘୁଣୀଙ୍କ ବିବାହ, ଦେଖିବାକୁ ଜମିଲା ଲୋକଙ୍କ ଭିଡ ।

26

bengal tiger ଏହା ଦେଖିବା ପାଇଁ ଯେ କ’ଣ ଦୁହିଁଙ୍କ ମଧ୍ୟରେ କିଛି କେମେଷ୍ଟ୍ରି ଆରମ୍ଭ ହେଉଛି କି ଦୁହେଁ ଲଢୁଛନ୍ତି ? ମାତ୍ର ଦୁହେଁ ଦୁହିଁଙ୍କ ବାସ୍ନା ନେଉଥିବାର ଦେଖିବାକୁ ମିଳିଥିଲା । ଗତକାଲି ଦୁହିଁଙ୍କର ବିବାହ କରି ଦିଆଯାଇଛି ।

ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ମୁତାବକ , ଯେତେବେଳ ଦର୍ଶକ ଏହି ବାଘଙ୍କୁ ଦେଖିବା ପାଇଁ ଯାଇଥିଲା ସେଠାରେ ଥିବା ଗାର୍ଡ କହିଥିଲେ ଯେ ଏହି ଦୁହିଁଙ୍କର ବିବାହ କରିଦିଆଯାଇଛି । ଏହିପରେ ଏହି ଦୁଇ ଯୋଡିଙ୍କୁ ଦେଖିବା ଲାଗି ଲୋକଙ୍କର ଭିଡ ଜମିଥିଲା ।

ବାଘର ବୟସ ୫ବର୍ଷ ଏବଂ ବାଘୁଣୀ ୩ବର୍ଷ ହୋଇଛି । ମୈସୁର ଚିଡିଆଘରୁ ଅଣାଯାଇଥିଲା । ଏହି ବାଘକୁ, ଯାହାର ନାଁ ରଖାଯାଇଛି କରଣ ଏବଂ ଅନ୍ୟଟିର ନାଁ ନିର୍ଭୟା । ନିର୍ଭୟାର ଜନ୍ମ ବିଜୟ (୨୦୧୪ରେ ଜଣେ ବ୍ୟକ୍ତିଙ୍କୁ ମାରିଦେଇଥିଲା) ଏବଂ କଳ୍ପନାଙ୍କ ପାଖରୁ ହୋଇଥିଲା ।

ଡାଇରେକ୍ଟର ରେଣୁ ସିଂଙ୍କ କହିବା ମୁତାବକ ଏହାପୂର୍ବରୁ ୧୯୯୧ରେ ରୟାଲ ବେଙ୍ଗଲ ଟାଇଗର ସୁନ୍ଦର ଏବଂ ଧଳା ବାଘ ଶାନ୍ତିଙ୍କ ବିବାହ କରାଯାଇଥିଲା । ସିଂ କହିଛନ୍ତି ଯଦି ବାଘୁଣୀ ଗର୍ଭବତି ହୋଇଥାଏ ତେବେ ସେପ୍ଟେମ୍ବର ସୁଦ୍ଧା ଛୁଆ ଜନ୍ମ କରିବ ।