୯୫ ବର୍ଷୀୟା ଶାଶୁଙ୍କୁ ବନ୍ଧକ ରଖିଥିଲା ବୋହୁ ! ସ୍ୱାମୀକୁ ଘରକୁ ପ୍ରବେଶ ଉପରେ ଥିଲା କଟକଣା ।

୯୫ ବର୍ଷିୟ ବୃଦ୍ଧା ମହିଳାଙ୍କୁ ତାଙ୍କ ବୋହୁ ବନ୍ଦି କରି ରଖିଥିଲେ ।

207

ବାପା ମା’ଙ୍କୁ ପୁଅ ଝିଅ ଅତ୍ୟାଚାର କରିବା ଘଟଣା ଅନେକ ସମୟରେ ଦେଖିବାକୁ ମିଳିଛି । କେତେବେଳେ ମା’କୁ ଦେଖି ପୁଅ କବାଟ କିଳିଦେଉଛି ତ ଆଉ କେତେବେଳେ ବୋହୁ ସାସୁ ସସୁରଙ୍କୁ ଅତ୍ୟାଚାର କରିଥିବା ଘଟଣା ଦେଖିବାକୁ ମିଳିଛି । ଠିକସେହିଭଳି ଗତ ଶୁକ୍ରବାର ଦିଲ୍ଲୀର ମହିଳା କମିଶନ ଜଣେ ୯୫ ବର୍ଷର ବୃଦ୍ଧା ମହିଳାଙ୍କୁ ଉଦ୍ଧାର କରିଛି । ୯୫ ବର୍ଷିୟ ବୃଦ୍ଧା ମହିଳାଙ୍କୁ ତାଙ୍କ ବୋହୁ ବନ୍ଦି କରି ରଖିଥିଲେ । ପୋଲିସଙ୍କ ପାଖକୁ ଫୋନ ଯୋଗେ ଜଣେ ବ୍ୟକ୍ତି ଅଭିଯୋଗ କରିବା ପରେ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ଶୋଷଣର ଶିକାର ହୋଇଥିବା ୯୫ ବର୍ଷର ବୃଦ୍ଧା ମହିଳାଙ୍କ ପୁଅ ବିବାହ କରିବା ପରେ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖା ଦେଇଥିଲା । ପ୍ରତିଦିନ  ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ଏହା ପରେ ସ୍ତ୍ରୀ ସ୍ୱାମୀଙ୍କୁ ଘରୁ ବାହାର କରିଦେଇଥିଲେ । ଘରକୁ ପ୍ରବେଶ କରିବା ପାଇଁ ଦେଉନଥିଲେ । ସ୍ୱାମୀଙ୍ଗ ମା’ଙ୍କୁ ମଧ୍ୟ ସ୍ତ୍ରୀ ଲୋକ ଜଣକ ବନ୍ଦୀ କରି ରଖିଥିଲେ । ପୁଅ ତାଙ୍କ ମା’ଙ୍କୁ ଦେଖା କରିବାକୁ ଚାହିଁଥିଲେ ମଧ୍ୟ ତାଙ୍କ ସ୍ତ୍ରୀ ସ୍ୱୀମୀଙ୍କୁ ଘରେ ପ୍ରବେଶ କରିବାକୁ ଦେଉନଥିଲେ । ତେବେ ମା’ଙ୍କୁ ଦେଖିବା ପାଇଁ ସେ ପ୍ରଥମେ ସ୍ଥାନିୟ ପୋଲିସଙ୍କ ସହାୟତା ଲୋଡିଥିଲେ । କିନ୍ତୁ କୌଣସି ପ୍ରକାର ସହାୟତା ମିଳିନଥିଲା । ପରେ ସେ ଦିଲ୍ଲୀର ମହିଳା କମିସନର ଅଫିସରେ ଅଭିଯୋଗ କରିବା ପରେ ପୋଲିସ ଆସି ବୃଦ୍ଧା ମହିଳାଙ୍କୁ ଉଦ୍ଧାର କରିଥିଲେ । ମହିଳାଙ୍କ ଅବସ୍ଥା ଖରାପ ଥିବାରୁ ତାଙ୍କୁ ଏବେ ସ୍ଥାନିୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବଂ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।