ପାଣି ଟୋପାଏ ପାଇଁ ଜଙ୍ଗଲରୁ ସହର ଧାଇଁ ଆସିଲା ହରିଣ ! କିନ୍ତୁ ତା ପରର ଘଟଣା ଥିଲା ବେଶ ହୃଦୟ ବିଦାରକ ।

38

ପୁରା ଦେଶ ଏବେ ପ୍ରଚଣ୍ଡ ଗରମରେ ଶିଝୁଛି । ମଣିଷ ହୁଅନ୍ତୁ କିମ୍ବା ପଶୁ, ଅସ୍ତବ୍ୟସ୍ତ ହୋଇପଡୁଛୁ ଜୀବନ । ମଣିଷଙ୍କ ସମେତ ପଶୁ ପକ୍ଷୀ ମଧ୍ୟ ଟିକିଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ଜଙ୍ଗଲରେ ଥିବା ପୋଖରି ଏବଂ ଜଳାଶୟ ଗୁଡିକ ଶୁଖିଯିବା କାରଣରୁ ପଶୁପକ୍ଷୀ ମାନଙ୍କ ଜୀବନ ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ନିଜ ଶୋଷ ମେଣ୍ଟାଇବା ପାଇଁ ସେମାନେ ଏବେ ଜଙ୍ଗଲ ଛାଡି ସହର ଅଭିମୁଖୀ ହୋଇପଡୁଥିବା ଦେଖିବାକୁ ମିଳିଛି ।

ସେମିତି ଏକ ଘଟଣା, ନିଜ ଶୋଷ ମେଣ୍ଟାଇବା ପାଇଁ ଝାରଖଣ୍ଡର କୋଡରମା ଜଙ୍ଗଲରୁ ବାହରି ଏକ ହରିଣ କୋଡରମା ଠାରେ ଥିବା ଏକ ତିଲେୟା ଡ୍ୟାମ୍ ପାଖରେ ପହଞ୍ଚିଥିଲା । ଶୋଷରେ ଥିବା ହରିଣଟି ନିଜ ଶୋଷ ମେଣ୍ଟାଉଥିବା ସମୟରେ କୁକୁରମାନେ ହରିଣକୁ ମାଡି ବସିଥିଲେ । ଏବଂ ଏଥିରେ ହରିଣଟି ଆହତ ହୋଇଯାଇଥିଲା । ଏହା ପରେ ନିଜ ଜୀବନ ବଞ୍ଚାଇବା ପାଇଁ ହରିଣଟି ପାଣି ଭିତରକୁ ଚାଲିଯାଇଥିଲା । ଏହି ସମୟରେ ଡଙ୍ଗା ଚଳାଉଥିବା ନାଉରିଆ ମାନଙ୍କ ଆଖି ହରିଣ ଉପରେ ପଡିଥିଲା । ଏବଂ ସେମାନେ ହରିଣଟିର ଜୀବନ ବଞ୍ଚାଇଥିଲେ । ନାଉରିଆ ମାନେ କୁକୁର ମାନଙ୍କୁ ସେଠାରୁ ଖେଦି ଦେଇଥିଲେ ଏବଂ ଏହି ଘଟଣା ସମ୍ପର୍କରେ ବନ ବିଭାଗକୁ ସୂଚନା ଦେଇଥିଲେ । ବନ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ତାର ଚିକିତ୍ସା କରିଥିଲେ ଏବଂ ତାକୁ ସାଙ୍ଗରେ ନେଇଯାଇଥିଲେ ।