ଭୁବନେଶ୍ୱରରେ ୪ ଫୁଟ ମାଟିତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ୪ ଫୁଟ ମାଟିତଳୁ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ । ଭୁବନେଶ୍ୱର ସୈନିକ ସ୍କୁଲ ନିକଟସ୍ଥ ଧିରକୁଟି ବସ୍ତିରୁ କମିଶନରେଟ ପୁଲିସ୍ ଏହି ମୃତଦେହ ଉଦ୍ଧାର କରିଛି । ତେବେ ପରକୀୟା ପ୍ରୀତି ଯୋଗୁଁ ଯୁବକଙ୍କୁ ହତ୍ୟା କରି ମାଟିତଳେ ପୋତି ଦିଆଯାଇଥିବା ସନ୍ଦେହ କରାଯାଉଛି । ସ୍ୱାମୀଙ୍କୁ ହତ୍ୟା କରିବା ପରେ ସ୍ତ୍ରୀ ଦୀପା ଫେରାର ହୋଇଯାଇଥିବା ସୂଚନା ମିଳିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଳି ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଘଟଣାର ଅଧିକ ଅନୁସନ୍ଧାନ ଜାରି ରହିଛି ।