ଘୋଷଣା ହେଲା ଛାତ୍ର ସଂସଦ ନିର୍ବାଚନ ତାରିଖ ! ସେପ୍ଟେମ୍ବର ୧୬ରେ ମନୋନୟନ ପତ୍ର ଦାଖଲ, ସେପ୍ଟେମ୍ବର ୨୩ରେ ଭୋଟ୍ ଗ୍ରହଣ

38

କନକ ବ୍ୟୁରୋ : ଚଳିତ ବର୍ଷର ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଆସନ୍ତା ସେପ୍ଟେମ୍ବର ୨୩ରେ ହେବ ଭୋଟ୍ ଗ୍ରହଣ ।  ସେପ୍ଟେମ୍ବର ୧୬ତାରିଖରେ ମନୋନୟନ ପତ୍ର ଦାଖଲ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ସେପ୍ଟେମ୍ବର ୧୮ତାରିଖରେ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ସେହିଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ୧୮ତାରିଖ ସନ୍ଧ୍ୟାରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲକା ।

ସେପ୍ଟେମ୍ବର ୨୨ତାରିଖରେ ହେବ ହ୍ୱାଇ ଆଇ ଷ୍ଟାଣ୍ଡ ଫର୍ ମିଟିଙ୍ଗ୍ । ମିଟିଙ୍ଗର ପରଦିନ ଅର୍ଥାତ ସେପ୍ଟେମ୍ବର ୨୩ରେ ସକାଳ ୮ଟାରୁ ୨ଟା ପର୍ଯ୍ୟନ୍ତ ହେବ ଭୋଟଦାନ । ଭୋଟ୍ ଗ୍ରହଣ ପରେ ଅପରାହ୍ନ ୨ଟାରୁ ଭୋଟ୍ଗଣତି ଆରମ୍ଭ ହେବ ଏବଂ ସଂଧ୍ୟାରେ ଫଳ ପ୍ରକାଶ ପାଇବ । ୨୫ ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।ତେବେ ଏହି ନିର୍ବାଚନରୁ ବାଦ୍ ପଡିଛି ସମସ୍ତ ଯୁକ୍ତ ଦୁଇ କଲେଜ୍ । କାରଣ ଚଳିତ ବର୍ଷଠାରୁ ରାଜ୍ୟର ସମସ୍ତ ଯୁକ୍ତ ଦୁଇ କଲେଜଗୁଡିକ ସ୍କୁଲ୍ ଏବଂ ମାସ୍ ଏଜୁକେସନକୁ ବିଭାଗକୁ ଚାଲିଯାଇଛି । ଆଉ ଏହି ବିଭାଗରେ ନିର୍ବାଚନ ହୁଏ ନାହିିଁ । ଅର୍ଥାତ୍ ଚଳିତ ବର୍ଷରୁ କୌଣସି ଯୁକ୍ତ ଦୁଇ କଲେଜରେ ନିର୍ବାଚନ ହେବନି ।