ଜାୟରାଙ୍କୁ ନେଇ କଶ୍ମୀରରେ ଦଙ୍ଗଲ:ମେହବୁବା ମୁଫତିଙ୍କ ସହ “ଦଙ୍ଗଲ’ ଗାର୍ଲଙ୍କ ସାକ୍ଷାତକୁ ନେଇ ବିବାଦ

36

“ଦଙ୍ଗଲ’ ସିନେମାରେ ନିଜର ଦମଦାର ଅଭିନୟ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜାୟରା ୱସିମଙ୍କୁ ନେଇ ଏବେ ଚର୍ଚ୍ଚା । ଜମ୍ମୁ ଓ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ସାକ୍ଷାତ କରିବା ପରେ ସୋମବାର ଦିନ ସେ ଏକ ପତ୍ର ଜରିଆରେ କଶ୍ମୀରବାସୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ଅଜାଣତରେ ଜମ୍ମୁ କଶ୍ମୀରବାସୀଙ୍କୁ ମନକୁ ଦୁଃଖ ଦେଇଥିବାରୁ ସେ କ୍ଷମା ପ୍ରାର୍ଥନ କରି ଟ୍ୱିଟ୍ କରିଥିଲେ । କିନ୍ତୁ ପରେ ସେ ଏହି ଟ୍ୱିଟକୁ ଡିଲିଟ୍ କରିଦେଇଛନ୍ତି । “ଦଙ୍ଗଲ’ ସିନେମାରେ ତାଙ୍କ ନିଖୁଣ ଅଭିନୟ ପାଇଁ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ତାଙ୍କ ପ୍ରଶଂସା କରିବା ସହ ସେ ଜମ୍ମୁ କଶ୍ମୀରର ଯୁବପୀଢିଙ୍କ ପାଇଁ ଆଦର୍ଶ ବୋଲି କହିଥିଲେ ।

ଏହାକୁ ତୀବ୍ର ବିରୋଧ କରିବା ସହ କ୍ଷମା ମାଗିବା ପାଇଁ ଜାୟରାଙ୍କୁ ବାଧ୍ୟ କରିଥିଲେ ବିଚ୍ଛିନତାବାଦୀ । ପରେ ଏହାକୁ ନେଇ ବିବାଦ ବଢୁଥିବା ଦେଖି ଜାୟରା କ୍ଷମା ପ୍ରାର୍ଥନା କରିଥିଲେ । ଜାୟରାଙ୍କ ସପକ୍ଷରେ ବାହାରିଛି ସାରା ବଲିଉଡ । ରେସଲର ଗୀତା ଓ ବବିତା ଫୋଗଟ୍ ମଧ୍ୟ ଜାଏରାଙ୍କୁ ସମର୍ଥନ ଜଣାଇ ଟ୍ୱିଟ୍ କରିଛନ୍ତି । ଏପରିକି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ମଧ୍ୟ ଜାଏରାଙ୍କ ସମର୍ଥନରେ ବାହାରିଛନ୍ତି । ଜାଭେଦ ଅଖତର, ଅନୁପମ ଖେର, ସୋନୁ ନିଗମ, ବିବେକ ଅଗ୍ନିହୋତ୍ରୀ ମଧ୍ୟ ଜାୟରାଙ୍କୁ ସମର୍ଥନ ଜଣାଇଛନ୍ତି ।