ମଣିଷ ରକ୍ତ ପିଇ ବଂଚୁଥିବା ବାଦୁଡିଙ୍କୁ ନେଇ ଚର୍ଚ୍ଚା ! ଯାହାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ହୋଇ ଯାଇଛନ୍ତି ଚକିତ

31

ଆପଣ ସାଧାରଣତଃ ବାଦୁଡି ସଂପର୍କରେ ଜାଣିଥିବେ । ଏମାନଙ୍କୁ ନେଇ ନିକଟରେ ଅନେକଗୁଡିଏ ସିନେମା ମଧ୍ୟ ନିର୍ମିତ ହୋଇଛି । ତେବେ ବାଦୁଡିମାନେ ବିଶେଷ କରି ରାତି ସମୟରେ ବାହାରକୁ ବାହାରିଥାନ୍ତି । ଆଉ ଛୋଟ ବଡ ପକ୍ଷୀଙ୍କୁ ତାଙ୍କ ଖାଦ୍ୟ ପାଇଁ ଶିକାର କରିଥାନ୍ତି । ସେହିଭଳି ଆଉ କିଛି ବାଦୁଡି ଅଛନ୍ତି ଯାହାକୁ ପିଶାଚ ବାଦୁଡି ବା (ଜଙ୍ଗଲୀ ବାଦୁଡି ତଥା ବେମ୍ପାୟର ବାଦୁଡି) କୁହାଯାଇଥାଏ । ଯାହା କେବଳ ବଡ ଆକାର ବିଶିଷ୍ଟ ପକ୍ଷୀଙ୍କ ରକ୍ତ ପିଇ ବଂଚି ଥାନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପ୍ରଥମ ଥର ପାଇଁ ସେମାନଙ୍କୁ ମଣିଷଙ୍କ ରକ୍ତ ପିଉଥିବାର ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର-ପୂର୍ବ ବ୍ରାଜିଲର କତିମ୍ବଓ ନେସନାଲ ପାର୍କରେ ।

ସୂଚନା ଅନୁଯାୟୀ, ନିକଟରେ ଏକ ରିସର୍ଚ ଦଳ ଏହି ପାର୍କକୁ ଯାଇଥିଲେ ଏବଂ ସେଠାରୁ ପାଖାପାଖି ୭୦ଟି ବାଦୁଡିଙ୍କ ନଖ ନମୁନା ସଂଗ୍ରହ କରିଥିଲେ । ଶୁଣିଲେ ଚକିତ ହେବେ ଏହି ସବୁ ନମୁନାର ଡିଏନଏ ରିପୋର୍ଟରୁ ପ୍ରାୟ ୩ଟି ବାଦୁଡିଙ୍କ ମଧ୍ୟରେ ମଣିଷ ରକ୍ତ ପିଉଥିବାର ଗୁଣ ଥିବା ଜଣାପଡିଛି ।

ତେବେ, ଏହି ଘଟଣା ଜଣା ପଡିବା ପରେ ଏବେ ବୈଜ୍ଞାନିକଙ୍କ ପାଇଁ ଏହା ଚିନ୍ତାର ବିଷୟ ପାଲଟି ଯାଇଛି । ସେମାନଙ୍କ କହିବା କଥା ହେଲା, ଏଭଳି ରୋଗ ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟପଟେ, ବ୍ରାଜିଲର ଫ୍ରେଡରଲ ୟୁନିଭର୍ସିଟି  ଅଫ୍ ପରନାମ୍ବୁକୋ’ର ଜଣେ  ବିଶେଷଜ୍ଞଙ୍କ କହିବା ମୁତାବକ, ଏହା ବାସ୍ତବରେ ଏକ ଅଦ୍ଭୁତ ତଥା ଆଶ୍ଚର୍ଯ୍ୟକର ବିଷୟ ଅଟେ । ଏହି ପ୍ରଜାତିର ବାଦୁଡି ଦେଖାଦେବା କୌଣସି ବିପଦରୁ କମ୍ ନୁହେଁ ।