ଗ୍ୱାଲିୟରରେ ଗ୍ୟାସ୍ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ! ୬ ଗୁରୁତର । 

271

ଅନେକ ସମୟରେ ଗ୍ୟାସ୍ ସିଲିଣ୍ଡର ଫାଟିବା ଘଟଣା ଚର୍ଚ୍ଚାର ପରସରକୁ ଆସିଛି । ଏବେ ମଧ୍ୟପ୍ରଦେଶରୁ ଏଭଳି ଏକ ଖବର ଆସିଛି । ଯେଉଁଠି ଗୋଟିଏ ପରିବାରକୁ ନିଆଁର ଆକ୍ରୋଶକୁ ସହ୍ୟ କରିବାକୁ ପଡିଛି ।

ମଧ୍ୟପ୍ରଦେଶ ଗ୍ୱାଲିୟରରୁ ଆସିଲା ଅଭାବନୀୟ ଘଟଣା । ଗୁରୁବାର ରାତି ଗ୍ୱାଲିୟର ଗ୍ୟାସ୍ ସିଲିଣ୍ଡର ଫାଟିବା ଯୋଗୁଁ ବଡ ଧରଣର ବିସ୍ଫୋରଣ ହୋଇଥିଲା । ସିଲିଣ୍ଡର ଫାଟିବା ଯୋଗୁଁ ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୬ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ପୋଲିସ୍ ଘଟଣାର ଜାଞ୍ଚ୍ କରୁଛି ।