ପୁଣି ଅକ୍ଟୋବର ମାସରେ ବାତ୍ୟାର ଭୟ : ସ୍କାଏ ମେଟ୍ ପାଣିପାଗ ସଂସ୍ଥାର ପୂର୍ବାନୁମାନ , ୨୮ ସୁଦ୍ଧା ଓଡିଶାରେ ଲ୍ୟାଣ୍ଡଫଲ୍ କରିବ ସାଇକ୍ଳୋନ୍

19

କନକ ବ୍ୟୁରୋ : ମାଡି ଆସୁଛି ଏବର୍ଷର ପ୍ରଥମ ସାମୁଦ୍ରିକ ଝଡ କ୍ୟାଂଟ୍ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତାକାଲି ଅପରାହ୍ନ ସୁଦ୍ଧା ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ଏବେ ଏହା ମିଆଁମାର ମୁହାଁ ହୋଇଛି । ତେବେ ଉପକୂଳ ଛୁଇଁବା ପରେ, ଦିଗ ପରିବର୍ତନ କରିପାରେ କ୍ୟାଂଟ୍ ।

ତେଣୁ ଉତର-ପଶ୍ଚିମ ମୁହାଁ ହୋଇ ଓଡିଶାରେ ପ୍ରଭାବ ପକାଇବାର ଯଥେଷ୍ଟ ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏସଆରସି ପ୍ରଦୀପ ମହାପାତ୍ରଙ୍କ ସୂଚନା । ବାତ୍ୟାକୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ ।