କଟକ ରେଳ ଷ୍ଟେସନର ହେବ ନବକଳେବର! ୨ ମାସ ମଧ୍ୟରେ ବିଶ୍ୱସ୍ତରୀୟ ଲୁକରେ ଝଲସିବ କଟକ ଷ୍ଟେସନ

273

କନକ ବ୍ୟୁରୋ : କଟକ ରେଳ ଷ୍ଟେସନର ହେବ ନବକଳେବର । କଟକ ରେଳଷ୍ଟେସନକୁ ଏଭଳି ନବୀକରଣ କରାଯିବ ଯେ, ଯାତ୍ରୀ ମାନଙ୍କ ଆଖି ଝଲସିଯିବ, ମନ ପୁରା ଖୁସ ହୋଇଯିବ । ପୂରା ବିଶ୍ୱସ୍ତରୀୟ ଡିଜାଇନରେ ସଜେଇ ହେବ କଟକ ରେଳଷ୍ଟେସନ । ଆଗାମୀ ୨ ମାସ ମଧ୍ୟରେ ବଦଳିଯିବ କଟକ ରେଳ ଷ୍ଟେସନର ରୂପରେଖ । କେନ୍ଦ୍ର ରେଳ ମନ୍ତ୍ରାଳୟ ଦ୍ବାରା ଦେଶରେ ପ୍ରଥମ ପର୍ଯ୍ୟାୟ ମଡେଲ୍ ଷ୍ଟେସନ୍ ବିକଶିତ କାର୍ଯ୍ୟକ୍ରମ ଅନ୍ତର୍ଗତ ୬୮ଟି ମଡେଲ୍ ଷ୍ଟେସନ୍ ବିକଶିତ କରାଯିବ। ସେଥିରେ ଓଡ଼ିଶାର କଟକ ରେଳଷ୍ଟେସନ୍ ସାମିଲ୍ ଅଛି। ମଡେଲ୍ ରେଳଷ୍ଟେସନରେ ସମସ୍ତ ପ୍ରକାର ଯାତ୍ରୀ ସୁବିଧା, ସୁସଜ୍ଜିତ ଲିଫ୍ଟ, ଫୁଟ୍ ଓଭର ବ୍ରିଜ୍, ପ୍ଲାଟଫର୍ମ ଏବଂ ଅନ୍ୟ ସୁବିଧାଗୁଡ଼ିକ ଉପଲବ୍ଧ ହେବ।

ପ୍ରତ୍ୟେକ ରେଳ ଷ୍ଟେସନକୁ ମଡେଲ୍ ଷ୍ଟେସନ୍ ଭାବେ ବିକଶିତ କରିବାପାଇଁ ୨୦ କୋଟି ଟଙ୍କା ପ୍ରଦାନ କରାଯିବ। ରେଳ ମନ୍ତ୍ରାଳୟ ଦ୍ବାରା ଦେଶର ୬୮ଟି ଷ୍ଟେସନରେ ପ୍ରତ୍ୟେକ ଦିନ କେତେ ଯାତ୍ରୀ ଯାତ୍ରା କରୁଛନ୍ତି, କେତୋଟି ଟ୍ରେନ୍ ଷ୍ଟେସନ୍ ପାଇଁ ଯାତାୟାତ କରୁଛି, କେଉଁ ସବୁ ସୁବିଧା ବର୍ତ୍ତମାନ ଅଛି ସେନେଇ ବିବରଣୀ ପ୍ରଦାନ କରିବାପାଇଁ ରେଳଜୋନ୍ ମୁଖ୍ୟମାନଙ୍କୁ କୁହାଯାଇଛି।