ବିଜେଡିକୁ କାଉଂଟର କଲେ ବିରୋଧୀ : କନ୍ଦରପୁରରେ ଅଖିମୁଠି ବୁଣିଲେ କେନ୍ଦ୍ର କୃଷି ମନ୍ତ୍ରୀ

19

କଟକ ବ୍ୟୁରୋ, କନକ ନ୍ୟୁଜ୍: ଚାଷୀଙ୍କୁ ନେଇ ଅକ୍ଷୟ ତୃତୀୟାରେ ରାଜନୀତି ବି ଜୋରଧରିଛି । ବିଜେଡିର ରାଜ୍ୟସ୍ତରୀୟ ଅଖିମୁଠି ଅନୁକୂଳ ଉତ୍ସବକୁ କାଉଂଟର କରିବା ପାଇଁ କଟକ କନ୍ଦରପୁରରେ ବିଜେପି ପକ୍ଷରୁ ବିରାଟ ଚାଷୀ ସମାବେଶର ଆୟୋଜନ ହୋଇଛି । ପ୍ରଥମ ଥର ଲାଗି କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂ ବିଜେପି ପକ୍ଷରୁ ଅଖିମୁଠି ଅନୁକୂଳ କରିଛନ୍ତି । କେନ୍ଦ୍ର ପେଟ୍ରାଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟର ବହୁ ବରିଷ୍ଠ ବିଜେପି ନେତା ଓ କର୍ମୀ ଏହି ଉତ୍ସବରେ ସାମିଲ ହୋଇଛନ୍ତି । ବିଶେଷ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ରାଜ୍ୟ ବିଜେପିରେ ପତିଆରା ବୃଦ୍ଧି ପାଉଥିବାରୁ, ଏହି ସମାବଶ ବେଶ ଗୁରୁତ୍ୱ ବହନ କରୁଛି ।