ମାତିଛନ୍ତି ଅନଲାଇନ୍ ଲୁଟିଆ ! ଅଫର୍ ଦେଇ ଲୁଟିବାକୁ ବିଛାଇଛନ୍ତି ଜାଲ

49

ଦୁର୍ଗାପୂଜାରୁ ଦିପାବଳୀ । ଛୋଟବଡ କଂପାନୀଙ୍କ ଟାର୍ଗେଟରେ ଗ୍ରାହକ । ମନମତାଣିଆ ଡିସକାଉଂଟ ଓ ଲୋଭିଲା ଅଫର ବି ଗ୍ରାହକଙ୍କୁ ବାଧ୍ୟ କେର ଜିନିଷ କିଣିବାକୁ । କେବଳ ବଜାର ନୁହେଁ ଏବେ ଅନଲାଇନ ବଜାରରେ ମଧ୍ୟ ଅଫରର ପ୍ରତିଯୋଗୀତା । ତେବେ ଅନଲାଇନରେ ଯଦି ସପିଂ କରୁଛନ୍ତି, ସାବଧାନ୍ । କାରଣ ଲୋଭିଲା କଥା କହି ଆପଣଙ୍କୁ ଚୂନା ଲାଗାଇ ଦେଇ ପାରନ୍ତି ଅଜଣା ମଣିଷ । ଠକେଇର ଅନେକ ଅଭିଯୋଗ ଆସିବା ପରେ କନକ ନ୍ୟୁଜ୍ ଆରମ୍ଭ କରିଥିଲା ଅନୁସନ୍ଧାନ ।

ସେମିତି ଜଣେ ଗ୍ରାହକ ହେଉଛନ୍ତି ଭୁବନେଶ୍ୱରର ଅମ୍ବିକା ମହରଣା । ତାଙ୍କୁ ବି ଘାରିଥିଲା ପୂଜା ଅଫର୍ । ଘରେ ବସି ଅନଲାଇନରେ କରିବେ ସପିଂ । ନିଜ ମନ ପସନ୍ଦର ଜିନିଷ ଉପରେ ପୁଣି ଆଶା ଠାରୁ ଅଧିକ ଡିସକାଉଣ୍ଟ । ଲୋଭରେ ପଡି ଯାଇଥିଲେ ଅମ୍ବିକାଙ୍କ ପରିବାର ଲୋକ । ଟିଭି ପରଦାରେ ନାପତୋଲ୍ ଭଳି ଜଣାଶୁଣା ସପିଂ ସାଇଟର ବିଜ୍ଞାପନ ଦେଖି ଅର୍ଡର ଦେଇଥିଲେ । ଡିସକାଉଂଟ ପ୍ରାଇସରେ ଜିନିଷ ପହଂଚିଲା ଘରେ । ଆଉ ତା ପରେ ଆସିଲା ଫୋନ୍ । ଲଟେରୀରେ ଉଠିଛି ଦାମୀ ଗାଡି । ହେଲେ ଗାଡି ପାଇବା ପୂର୍ବରୁ ୨୦,୦୦୦ ଟଙ୍କା ଡିପୋଜିଟ୍ ଦେଇଥିଲେ ଅମ୍ବିକାଙ୍କ ଦିଅର । ଆଉ ପଇସା ଯିବା ପରେ ସୁଇଚ୍ ଅଫ୍ ହୋଇଗଲା ଫୋନ୍ ।

ତେବେ ଅମ୍ବିକାଙ୍କ ଅଭିଯୋଗ ଶୁଣିବା ପରେ କନକ ନ୍ୟୁଜ୍ ପ୍ରତିନିଧି ସତ୍ୟଜିତ୍ ସେଣ ସତ କଣ ଜାଣିବାକୁ ନାପତୋଲରୁ ଏକ କିଚେନ୍ ସେଟ୍ ଅର୍ଡର କରିଥିଲେ । ଠିକ୍ ଟାଇମରେ ଆଉ ଠିକ୍ ପ୍ରାଇସରେ ମିଳିଗଲା ପ୍ରଡକ୍ଟ । ଆଉ ଦିନକ ପରେ ଆସିଲା ଫୋନ୍ । ଜଣେ ଭଦ୍ର ମହିଳା କହିଲେ ଆପଣଙ୍କ ଲଟେରୀ ଉଠିଛି ୫ ଲକ୍ଷ ୬୦ହଜାର ଟଙ୍କାର । ଆଉ ଟଙ୍କା ପାଇବାକୁ ହେଲେ ଆପଣଙ୍କୁ ଲଟେରୀ ରାଶିର ଏକ ପ୍ରତିଶତ ଟଙ୍କା ଡିପୋଜିଟ କରିବାକୁ ପଡିବ । ଶୁଣନ୍ତୁ ସେହି ଫୋନ୍ କଲ୍ ।

ତେବେ ଲଟେରୀର ସତ୍ୟତା ଜାଣିବାକୁ ସତ୍ୟଜିତ୍ ପୁଣି କଲ୍ କରିଥିଲେ ନାପତୋଲ୍ କର୍ତ୍ତୃପକ୍ଷଙ୍କୁ । ହେଲେ ସେମାନେ ସଫା ସଫା କହିଥିଲେ , ଲଟେରୀ ସଂପର୍କରେ କିଛି ଜାଣି ନାହାଁନ୍ତି ।