ଗୁଜୁରାଟ : ବରଖାସ୍ତ ଆଇପିଏସ୍ ସଂଜୀବ ଭଟ୍ଟଙ୍କୁ ଆଜୀବନ କାରାଦଣ୍ଡ ! ହାଜତରେ ହୋଇଥିବା ମୃତ୍ୟୁ ମାମଲାରେ କୋର୍ଟଙ୍କ ରାୟ । 

555

ହାଜତ ଭିତରେ ମୃତ୍ୟୁ ମାମଲାକୁ ନେଇ ଗୁଜୁରାଟର ଜାମନଗର କୋର୍ଟରୁ ବରଖାସ୍ତ ହୋଇଥିବା ଆଇପିଏସ୍ ଅଧିକାରୀ ସଂଜୀବ ଭଟ୍ଟ ଏବଂ ତାଙ୍କ ସହଯୋଗୀଙ୍କୁ ଦୋଷୀ କୁହାଯାଇଛି । କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୧୯୯୦ ରେ ଜାମନଗରରେ ଭାରତ ବନ୍ଦ ସମୟରେ ଏହି ହିଂସା ହୋଇଥିଲା । ଭଟ୍ଟ ସେ ସମୟରେ ଜାମନଗର ଏଏସପି ଥିଲେ । ଏହି ସମୟରେ ୧୩୩ ଲୋକଙ୍କୁ ପୋଲିସ୍ ଗିରଫ କରିଥିଲେ । ଯେଉଁଥିରେ ୨୫ ଜଣ ଲୋକ ଆହତ ହୋଇଥିଲେ ଏବଂ ୮ ଜଣ ଲୋକ ଏବେ ବି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ନ୍ୟାୟିକ ହାଜତରେ ରହିବା ପରେ ଜଣେ ଅଭିଯୁକ୍ତ ପ୍ରଭୁଦାସ ମାଧବ ଜୀ ବେସନାନିଙ୍କ ମୃତ୍ୟୁ ହୋଇଯାଇଥିଲା । ଭଟ୍ଟ ଏବଂ ତାଙ୍କ ସହଯୋଗୀଙ୍କ ଉପରେ ପୋଲିସ୍ ହାଜତରେ ମାରପିଟ୍ କରିବାର ଅଭିଯୋଗ ଲାଗିଥିଲା । ଏହି ମାମଲାରେ ଆଇପିଏସ୍ ସଂଜୀବ ଭଟ୍ଟ ଏବଂ ଅନ୍ୟ ପୋଲିସ୍ ଅଫିସରଙ୍କ ବିରୋଦ୍ଧରେ ଅଭିଯୋଗ ଦିଆଯାଇଥିଲା । କିନ୍ତୁ ଗୁଜୁରାଟ ସରକାର ମାମଲର ଚଲାଇବା ପାଇଁ ଆଦେଶ ଦେଇନଥିଲେ । ୨୦୧୧ ରେ ରାଜ୍ୟ ସରକାର ଭଟ୍ଟଙ୍କ ବିରୋଧରେ ଟ୍ରାଏଲର ଅନୁମତି ଦେଇଥିଲେ । ବୁଧବାର ସୁପ୍ରିମକୋର୍ଟ ସଂଜୀବ ଭଟ୍ଟଙ୍କ ଯାଚିବା ଉପରେ ବିଚାର କରିବାକୁ ମନା କରିଦେଇଥିଲେ ।