ରକ୍ତ ଦେଇ ଜୀବନ ବଂଚାଇଲେ ଯବାନ ! ସେନାଙ୍କୁ ମାରିବାକୁ ଉଦ୍ୟମ କରୁଥିବା ଆହତ ମାଓନେତାକୁ ରକ୍ତ ଦେଇ ନୂଆ ଜୀବନ ଦେଲେ ସିଆରପିଏଫ ଯବାନ

104

ମାଓଦମନ କରିବା ପାଇଁ ବିଭିନ୍ନ ମାଓପ୍ରବଣ ଅଂଚଳରେ ଯବାନଙ୍କୁ ନିୟୋଜିତ କରାଯାଇଥାଏ । ଯେଉଁମାନେ କି ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସୁରକ୍ଷା ଦେଇଥାନ୍ତି । ଏହିକ୍ରମରେ ଝାଡଖଣ୍ଡରେ ନିୟୋଜିତ ହୋଇଥିବା ସିଆରପିଏଫର ଯବାନ ମଣିଷପଣିଆର ପରିଚୟ ଦେଇ ଏକ ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିଛନ୍ତି ।

ସୂଚନା ମୁତାବକ, ଗତକାଲି ସିଆରପିଏଫର ୧୩୩ତମ ବାଟାଲିୟନର ଜଣେ ଯବାନ ନିଜର ରକ୍ତ ଦେଇ ଏଭଳି ଜଣେ ମାଓବାଦୀକୁ ପୁର୍ନଜୀବନ ଦେଇଛନ୍ତି , ଯିଏକି ଯବାନଙ୍କର ରକ୍ତର ହୋଲି ଖେଳିବାକୁ ନିଜ ସୈନ୍ୟବଳ ନେଇ ଝାଡଖଣ୍ଡରେ ଥିବା ଏକ ଗାଁରେ ଲୁଚି ରହିଥିଲା । ଏଥିରେ ଉଭୟ ନକ୍ସଲ ଓ ସିଆରପିଏଫର ଯବାନ ମାନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଘମାଘୋଟ ଲଢେଇ ହୋଇଥିଲା । ଶେଷରେ ଯବାନଙ୍କ ଗୁଳିରେ ମାଓନେତାମାନେ ଗୁରୁତର ଭାବରେ ଆହତ ହୋଇଥିଲେ । ଏବଂ ଆହତ ଅବସ୍ଥାରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଗିରଫଦାରି ପରେ ଯବାନମାନେ ପ୍ରଥମେ ଆହତ ନକ୍ସଲମାନଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ , ଏବଂ ଭଲ ଚିକିତ୍ସା ପାଇଂ ତାଙ୍କୁ ରାଂଚିର ଏକ ମେଡିକାଲରେ ଭର୍ତି କରିଥିଲେ ।

୨୯ ଜାନୁଆରୀରେ ହୋଇଥିଲା ସିଆରପିଏଫ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ

ସିଆରପିଏଫର ମହାନିରୀକ୍ଷକ ସଂଜୟ ଆନନ୍ଦ ଲାଠକରଙ୍କ ସୂଚନା ମୁତାବକ, ଝାଡଖଣ୍ଡର ବନ୍ଦଗାଁ ଇଂଚଳରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ଭିତର ୨୯ ଜାନୁଆରୀରେ ଜୋରଦାର ଗୁଳି ବିନିମୟ ହୋଇଥିଲା । ଏବଂ ଏହି ଲଢେଇରେ ସିଆରପିଏଫର କୋବ୍ରା କମାଣ୍ଡୋମାନେ ୫ ଜଣ ମାଓବାଦୀଙ୍କୁ ମାରି ଗଡେଇଦେଇଥିଲେ । ତେବେ ମୃତ ମାଓବାଦୀଙ୍କ ମଧ୍ୟରେ ଦୁଇ ଜଣ ହାଡକୋର ମାଓ ଥିବା ଜଣାପଡିଛି ।