ଗାଈକୁ ମିଳିବ ପରିଚୟପତ୍ର ! ପ୍ରଥମ ପର୍ଯ୍ୟାୟରେ ୪ କୋଟି ଗାଈଙ୍କ ପାଇଁ ଖର୍ଚ୍ଚ ହେବ ୫୦ କୋଟି ଟଙ୍କା

37

ଆଧାରକାର୍ଡ ବିନା ଗୋଟିଏ ପାଦ ଯିବା ଏବେ ଅସମ୍ଭବ । ପ୍ରତ୍ୟେକ କ୍ଷେତ୍ରରେ ଏବେ ଆଧାରକାର୍ଡ ଖୋଜା ପଡୁଛି । ଏବେ ସବୁ ଭାରତୀୟଙ୍କ ପାଇଁ ୧୨ ଅଙ୍କବିଶିଷ୍ଟ ଆଧାର ନମ୍ବର ଭଳି ନରେନ୍ଦ୍ର ମୋଦି ସରକାର ଦେଶର ପ୍ରତ୍ୟେକ ଦୁଗଧ-ଉତ୍ପାଦନକାରୀ ଗାଈଙ୍କ ଲାଗି ଏକ ଚିପ୍ ବା ଏକକ ପରିଚୟ ପତ୍ର ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି। ଏହି ପ୍ରସ୍ତାବ ପ୍ରଥମେ ୨୦୧୫ରେ ଆଗତ କରାଯାଇଥିଲା।

ପ୍ରଥମ ପର୍ୟ୍ୟାୟରେ ୫୦ କୋଟି ଟଙ୍କା ବ୍ୟୟରେ ୪୦ ନିୟୁତ ଗାଈଙ୍କୁ ନମ୍ବର ଦିଆଯିବ।କୃଷିମନ୍ତ୍ରାଳୟକୁ ନ୍ୟସ୍ତ କରାଯାଇଥିବା ଏହି କାର୍ୟ୍ୟକ୍ରମ ପାଇଁ ୟୁଡିଆଇ ଟେକନୋଲଜି ଗ୍ରହଣ କରାଯାଇ ସାରିଛି। ଏହି ଚିପ୍ରେ ବଂଶ, ବୟସ, ଉଚ୍ଚତା ଓ ଶରୀରର ଚିହ୍ନ ଆଦି ଗାଈର ଜୈବିକ ବିବରଣୀ ରହିବ। ପ୍ରତ୍ୟେକ କାର୍ଡର ମୂଲ୍ୟ ରହିବ ୮ ରୁ ୧୦ ଟଙ୍କା ମଧ୍ୟରେ।
ଏହି ୟୁଆଇଡି ସ୍କିମର ନାମ ରଖାଯାଇଛି ପଶୁ ସଞ୍ଜିବନୀ ଏବଂ ଦୁଗ୍ଧ ଓ ମତ୍ସ୍ୟ ସେକ୍ଟର୍ ପାଇଁ ଏହା ଏକ ବଡ଼ ଯୋଜନାର ଅଂଶ ବିଶେଷ।