ମେୟର ଅନନ୍ତ ନାରାୟଣଙ୍କୁ ପୁଣି ଝଟକା ! ବିବାଦୀୟ ସେକ୍ସ ଭିଡିଓ ଉପରୁ କଟକଣା ଉଠାଇଲେ କୋର୍ଟ

51

କନକ ବ୍ୟୁରୋ : ମେୟର ଅନନ୍ତ ନାରାୟଣଙ୍କୁ ପୁଣି ଝଟକା । ବିବାଦୀୟ ଭାଇରାଲ ସେକ୍ସ ଭିଡିଓ  ପ୍ରସଙ୍ଗରେ ମେୟରଙ୍କ ମାନହାନି ମକଦମା ଉପରେ ଉଠିଲା କଟକଣା । ଭୁବନେଶ୍ୱର ସିନିୟର ଡିଭିଜନ ସିଭିଲ ଜଜଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଛି । ନିଆଁଖୁଣଂଟା ଡଟକମ ସହ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ଭିଡିଓ ପ୍ରସାରଣ ଉପରେ ଉଠିଲା କଟକଣା ।

ତାହା ସହ କୌଣସି ମାନହାନିସୂଚକ ମନ୍ତବ୍ୟ ଦେବାକୁ କୋର୍ଟ ମଧ୍ୟ ବାରଣ କରିଛି । ସେହିପରି ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କୁ ମଧ୍ୟ କୋର୍ଟ ବାରଣ କରିଛି । ପ୍ରସାରଣ ଉପରେ କଟକଣା ଉଠିବା ହେଉଛି ସତ୍ୟର ଜୟ , ପୁଣି ଖୁବଶୀଘ୍ର ଅଶ୍ଲିଳ ଭିଡିଓର  ଏକ ବଡ ଖୁଲାସା ହେବ ବୋଲି କହିଛନ୍ତି ନିଆଖୁଂଟା ଡଟକମର ପ୍ରଦୀପ ପାଣ୍ଡେ ।