ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର : ବିନା ଭିସାରେ ଭ୍ରମଣ କରିପାରିବେ ବିଦେଶ, କେବଳ ଏହି କେତୋଟି ଦେଶରେ

36

ଭାରତୀୟ ପର୍ଯ୍ୟଟକ ଘରେ ବସି ମଧ୍ୟ ଆପଣଙ୍କର ପାସପୋର୍ଟ ପାଇଁ ଆବେଦନ କରିପାରିବେ।ଯଦି ଆପଣ ବିଦେଶ ଭ୍ରମଣର ଯୋଜନା କରୁଛନ୍ତି ,ତେବେ ଏହା ଆପଣଙ୍କ ସମସ୍ୟାକୁ ଆହୁରି କିଛି ମାତ୍ରାରେ କମାଇଦେବ। ହେଲେ ପାସପୋର୍ଟର ବିନା ସହାୟତାରେ ବିଦେଶ ଯାତ୍ରା ପାଇଁ ଭିସା କରିବାକୁ ହୁଏତ ଆପଣଙ୍କୁ ପରିଶ୍ରମ କରିବାକୁ ପଡ଼ିପାରେ। ହେଲେ ଯଦି ଆପଣ ବିନା ଭିସାରେ ବିଦେଶ ଯାତ୍ରା କରିବାକୁ ଚାହୁଁଥାଆନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏପରି ୭ଟି ଦେଶ ବିଷୟରେ ଜଣାଇବୁ, ଯେଉଁଠି କି ଯିବାକୁ ହେଲେ ଆପଣଙ୍କୁ ଭିସାର ସହାୟତା ଦରକାର ପଡ଼ିବନି ।

ନେପାଳ : ଭାରତର ପଡ଼ୋଶୀରେ ଅବସ୍ଥିତ ନେପାଳ ଦେଶକୁ ଯିବାକୁ ହେଲେ ଆପଣଙ୍କୁ ଭିସାର ଆବଶ୍ୟକତା ନାହିଁ। ହେଲେଏଠାକୁ ଯିବାର ଅଧିକତମ ୧୫୦ର ଆଗମନ ଲାଗି ଆପଣଙ୍କୁ ଭିସାର ଆବଶ୍ୟକତା ପଡ଼ିବ । ତେବେ ନେପାଳର ପାହାଡ଼ ଅଞ୍ଚଳକୁ ଯିବାକୁ ଯଦି ଆପଣଙ୍କର ଇଚ୍ଛା ରହିଥାଏ ତେବେ ଆପଣଙ୍କୁ ଆପଣଙ୍କର ଯେକୌଣସି ଫଟୋ ଆଇଡ଼ିକୁ ସାଥିରେ ନେଇକି ଯିବାକୁ ପଡ଼ିବ।

ମରିସସ୍ : ଭାରତୀୟ ନାଗରିକଙ୍କୁ ଏଠାରେ ଅଧିକତମ ୬୦ ଦିନର ଭ୍ରମଣ ଲାଗି ଭିସା ପ୍ରାପ୍ତ ହୋଇଥାଏ । ତେବେ ମରିସସ୍ ସମୁଦ୍ର ଭୋଜନ ପାଇଁ ମଧ୍ୟ ଅଲଗା ପ୍ରକାରର ପ୍ରସିଦ୍ଧି ରହିଛି।

ଭୁଟାନ୍ : ଭୁଟାନ୍ କୁ ଖୁସି ର ଭୂମି କୁହାଯାଏ । ଭାରତ ବହୁତ ଭାଗ୍ୟଶାଳୀ କାହିଁକିନା ଭୁଟାନ୍ ଭ୍ରମଣ ପାଇଁ ଭିସା ର ଆବଶ୍ୟକତା ନାହିଁ । ବିମାନ ବା ସଡକରେ ଯାତ୍ରା କରନ୍ତୁ, ଭୁଟାନ୍ ର ସୈାନ୍ଦର୍ଯ୍ୟରେ ମନ୍ତ୍ରମୁଗ୍ଧ ହୋଇଯିବେ ।

ଜାମାଇକା : ତେବେ ଜାମାଇକା ଭ୍ରମଣ ଲାଗି ମଧ୍ୟ ଆପଣଙ୍କୁ କୌଣସି ପ୍ରକାରର ଭିସା ର ଆବଶ୍ୟକତା ପଡିବ ନାହିଁ। ତେବେ ଏନେଇ ଆପଣଙ୍କୁ କେବଳ ଆପଣଙ୍କ ପାସପୋର୍ଟକୁ ନେଇ ଜାମାଇକାର ଭ୍ରମଣ କରିପାରିବେ ।

ଫିଜି : ସାଧାରଣତଃ ଫିଜି ତାହା ନିଜର ସୁନ୍ଦର ସମୁଦ୍ର ପାଇଁ ପ୍ରସିଦ୍ଧ ଅଟେ। ତେବେ ଏଠାକୁ ଯିବାକୁ ହେଲେ ଆପଣଙ୍କୁ ଭିସାର କୌଣସି ବି ଆବଶ୍ୟକତା ନାହିଁ।

କାଂବୋଡିଆ : ଏଥିସହିତ କାଂବୋଡିଆ ଯିବାକୁ ମଧ୍ୟ ଆପଣଙ୍କୁ ଭିସାର କୌଣସି ହେଲେ ବି ଆବଶ୍ୟକତା ହେବନି।ଏଠାରେ ପଂହଚିବା ପରେ ଆପଣ ଭିସା ପାଇଁ ଆବେଦନ କରିପାରନ୍ତି ! କାରଣ ଅଧିକତମ ୩୦ ଦିନ ପର୍ଯ୍ୟନ୍ତ କାଂବୋଡିଆ ଭାରତୀୟ ନାଗରିକଙ୍କୁ ଆଗମନ ପାଇଁ ଭିସାର ସୁବିଧା ପ୍ରଦାନ କରିଥାଏ।

ଇକ୍ୱେଡର୍ : ଏଠାକାର ସବୁଠାରୁ ବିଶେଷ କଥା ହେଉଛି ଏଇଆ ଯେ,ଏଠାକୁ ଯିବାପାଇଁ ଆପଣଙ୍କୁ କୌଣସି ପ୍ରକାରର ଭିସାର ଆବଶ୍ୟକ ହୋଇ ନଥାଏ।