ଅନେକ ରୋଗରୁ ମୁକ୍ତି ଦେବ ଧନିଆ ପତ୍ର ! ଜାଣନ୍ତୁ ଏହାର ଉପକାରିତା

90

ଭାରତ ସମେତ କେତେକ ଦେଶର ଖାଦ୍ୟରେ ଧନିଆ ପତ୍ରର ବହୁଳ ବ୍ୟବହାର କରିବା ଦେଖାଯାଇଥାଏ । ସାଲାଡ ହେଉ ଅବା ଅନ୍ୟ ଖାଦ୍ୟରେ ମଧ୍ୟ ଧନିଆ ପତ୍ର ବ୍ୟବହାର କରାଯାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ ପ୍ରତିଦିନ ଧନିଆ ପତ୍ର ଖାଇବା ଦ୍ୱାରା ଆପଣ ଅନେକ ରୋଗରୁ ନିଜକୁ ଦୂରେଇ ରଖିପାରିବେ । ତେଣୁ ପ୍ରତିଦିନ ଧନିଆ ପତ୍ର ଖାଆନ୍ତୁ ।

-ଆପଣଙ୍କର ଦୃଷ୍ଟିଶକ୍ତି କମ ଥିଲେ ଧନିଆ ପତ୍ର ନିତାନ୍ତ ଜରୁରୀ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ସି ଓ ଭିଟାମିନ ଏ ଥାଏ ।

-ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ ଧନିଆ ପତ୍ର । କାଶ ହେଉଥିଲେ, ଧନିଆ ପତ୍ର ଖାଇଲେ କାଶ କମ ହୋଇଥାଏ ।

-ମଧୁମେହ ରୋଗୀଙ୍କ ପାଇଁ ବଡ ଉପକାରୀ ଧନିଆ ପତ୍ର । ପ୍ରତିଦିନ ସକାଳେ ଧନିଆ ପତ୍ର ଚୋବାଇଲେ କିମ୍ବା ଏହାର ରସ ପିଇଲେ ରକ୍ତରେ ସୁଗାର ପରିମାଣ ନିୟନ୍ତ୍ରିତ ହୋଇଥାଏ ।

-ଧନିଆ ପତ୍ର ରସ ଓ ମହୁକୁ ମିଶାଇ ବ୍ରଣ ହୋଇଥିବା ସ୍ଥାନରେ ଲଗାଇଲେ ବ୍ରଣ କମିବା ସହ ମୁହଁ ଉଜ୍ଜଳ ଦେଖାଯାଇଥାଏ ।