ରାଜନୀତିରେ ଫୁଲ୍ ଏଂଟ୍ରି: ମିଶନ ୟୁପିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି, ଲକ୍ଷ୍ନୌରେ ୧୫ କିଲୋମିଟର ଯାଏଁ କରିବେ ରୋଡ ଶୋ’

ରାହୁଲ ବି ହେବେ ସାମିଲ

124

କନକ ବ୍ୟୁରୋ: ମିଶନ ୟୁପିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ୟୁପିର ସାଧାରଣ ସମ୍ପାଦକ ଦାୟିତ୍ୱ ତୁଲାଇବା ପରେ ଆଜି ୪ ଦିନରେ ଉତ୍ତରପ୍ରଦେଶ ଗସ୍ତରେ ଯାଉଛନ୍ତି ପ୍ରିୟଙ୍କା । ଲକ୍ଷ୍ନୌରେ ସେ ୧୫ କିଲୋମିଟର ଯାଏଁ ରୋଡ ଶୋ କରିବେ । ଏଥିରେ ସାମିଲ ହେବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ୟୁପି ପଶ୍ଚିମାଞ୍ଚଳ ପ୍ରଭାରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।

ଏୟାରପୋର୍ଟରୁ ଆରମ୍ଭ କରି କଂଗ୍ରେସ ଅଫିସ ୧୫ କିଲୋମିଟର ଯାଏଁ ପ୍ରିୟଙ୍କାଙ୍କୁ ସ୍ୱାଗତ କରିବାକୁ ଜବରଦସ୍ତ ପ୍ରସ୍ତୁତି କରାଯାଇଛି । ଅନେକର ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଯାଇଛି । ରୋଡ ଶୋ ପରେ ସେ କଂଗ୍ରେସର କର୍ମକର୍ତା ଓ ଦଳୀୟ ପଦାଧିକାରୀଙ୍କୁ ଭେଟିବେ । ୪ ଦିନ ଧରି ସେ ଉତ୍ତରପ୍ରଦେଶରେ ରହିବେ । ପ୍ରତ୍ୟେକ ଲୋକସଭା ଆସନର କର୍ମକର୍ତ୍ତାଙ୍କୁ ସେ ଭେଟିବେ ।

ଆସନ୍ତା ୧୪ ତାରିଖରେ ନିର୍ବାଚନ ନେଇ ଏକ ବୈଠକ ବି ହେବ । କୁହାଯାଇଛି, ଏହି ୪ ଦିନିଆ ଗସ୍ତ ପରେ ସେ ପ୍ରାୟ ଏକମାସ ବ୍ୟାପୀ ବିଭିନ୍ନ ଲୋକସଭା ନିର୍ବାଚନମଣ୍ଡଳୀରେ ସଭା ଓ ରୋଡ ଶୋ କରିବେ । ଗସ୍ତ ପୂର୍ବରୁ ପ୍ରିୟଙ୍କ ଏକ ଅଡିଓ ଟେପ ବି ଜାରି କରିଛନ୍ତି । ଏଥିରେ ସେ କହିଛନ୍ତି, ସମସ୍ତେ ମିଶି ଉତ୍ତରପ୍ରଦେଶକୁ ବଦଳାଇବା ।