ଦୁଇ ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି ପିସିସି ସଭାପତି । କେଉଁ ଆସନରେ ବହୁମତ ପାଇବେ ନିରଞ୍ଜନ?

ନିର୍ବାଚନ ଫଳାଫଳକୁ ଅପେକ୍ଷା କରିଛନ୍ତି ନେତା

171

କନକ ବ୍ୟୁରୋ : ନିର୍ବାଚନ ଫଳାଫଳକୁ ଅପେକ୍ଷା କରିଛନ୍ତି ନେତା । ନେତାଙ୍କ ମନରେ ରହିଛି ଅନେକ ଆଶା । ନିର୍ବାଚନ ସରିବା ପରେ କିଛି ଦିନର ବିରାମ ପରେ ସଜାଗ ଅଛନ୍ତି ନେତା । ବିଜୟର ଆଶା ବି ମନରେ ରହିଛି । ତେବେ ଚଳିତ ନିର୍ବାଚନରେ କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୨ ଟି ଆସନରୁ ନିର୍ବାଚନ ଲଢୁଛନ୍ତି । ଗୋଟିଏ ଆସନ ଘସିପୁରା ହୋଇଥିବା ବେଳେ ଅନ୍ୟଟି ଭଣ୍ଡାରୀପୋଖରୀ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢୁଛନ୍ତି ।

ସମ୍ବାଦଓ କନକ ନ୍ୟୁଜ ପକ୍ଷରୁ କରାଯାଇଥିବା ଏକଜିଟ ପୋଲ ରିପୋର୍ଟ ଅନୁସାରେ ଘସିପୁରା ଆସନରୁ ବିଜୟୀ ହୋଇପାରନ୍ତି ନିରଞ୍ଜନ । ସାରା ରାଜ୍ୟରେ ଆରମ୍ଭ ହୋଇସାରିଛି ଭୋଟଗଣନା । ଆଉ ଅଳ୍ପ ସମୟରେ ଧିରେ ଧିରେ ଚିତ୍ର ମଧ୍ୟ ସାମ୍ମନାକୁ ଆସିବାରେ ଲାଗିବ । କହିବାକୁ ଗଲେ କଂଗ୍ରେସ ସହ ବିଜେଡିର ଘସିପୁରା ଆସନରେ ଜୋରଦାର ଫାଇଟ ହୋଇଛି । କାହାକୁ ଭୋଟ ଦେଇଛନ୍ତି ନେତା? କିଏ ବିଶ୍ୱାସ ଭାଜନ ହେବ ନେତାଙ୍କର ତାହାକୁ କେବଳ ରହିଛି ଅପେକ୍ଷା । ହେଲେ ନିରଞ୍ଜନ ପଟ୍ଟନାୟକ ନିର୍ବାଚନରେ ବିଜୟୀ ହେବେ ବୋଲି ଦମ୍ଭୋକ୍ତି ମଧ୍ୟ ଦେଖାଇଛନ୍ତି । ତେବେ ପ୍ରକୃତରେ ଜନାଦେଶ କେଉଁ ଆଡେ ଯାଉଛି ? ତାହାର ଚିତ୍ର ମଧ୍ୟ ଆଜି ସ୍ପଷ୍ଟ ହୋଇଯିବ ।