ଲୋକସଭା ନିର୍ବାଚନ ୨୦୧୯ : ଫଳାଫଳ ଆସିବା ପୂର୍ବରୁ ବିଜେପି ନେତାଙ୍କ ମଧ୍ୟରେ ଦେଖାଗଲା ଉତ୍ସବର ମାହୋଲ । ଲଡ୍ଡୁ , କେକ୍ ପାଇଁ ଦିଆଗଲା ବରାଦ୍ ।

108

ଫଳାଫଳ ଆସିବା ପୂର୍ବରୁ ଏକ୍ସିଟ୍ ପୋଲରେ ଖୁବ୍ ଉତ୍ସାହିତ ବିଜେପି । ଉତ୍କଣ୍ଠାର ସହ ଫଳାଫଳ ବାହାରିବାକୁ ଅପେକ୍ଷା । ବିଜେପି ମୁଖ୍ୟାଳୟରେ ନେତାଙ୍କ ଲାଗିଛି ଭିଡ଼ । ପାର୍ଟି ଅଧ୍ୟକ୍ଷ ଅମିତ୍ ଶାହା ମଧ୍ୟ ପହଂଚି ପାରନ୍ତି ପାର୍ଟି ମୁଖ୍ୟାଳୟ । ଖୁସିରେ ଝୁମୁଛନ୍ତି ବିଜେପି ନେତା । ପ୍ରଥମ ମତଗଣନାରେ ବିଜେପି ଆଗୁଆ । ବିଜେପି ପାର୍ଟି ଅଫିସରେ ଉତ୍ସବର ମାହୋଲ । ଉତ୍ସବ ପାଇଁ ଲଡ୍ଡୁ ଏବଂ କେକ୍ କୁ ଦିଆଗଲା ବରାଦ । ଫଳାଫଳକୁ ଚାତକ ପରି ଚାହିଁରହିଛି ବିଜେପି । ଉତ୍ସବ ପାଳିବା ପାଇଁ ଦିଲ୍ଲୀ ବିଜେପି ତରଫରୁ ୭ କିଲୋ ଲଡ୍ଡୁ କେକ୍ ଏବଂ ବଙ୍ଗାଳୀ ପେଷ୍ଟଙ୍କ୍ରି ପାଇଁ ଦୋକାନରେ ଦିଆଗଲା ଅର୍ଡର । ଫଳାଫଳ ପରେ କେନ୍ଦ୍ରୀୟ କାର୍ଯ୍ୟାଳୟରେ ସନ୍ଧ୍ୟାରେ କଟାଯିବ କେକ୍ । ଏହଛଡା ବିଜେପି ୪-୫ କିଲୋଗ୍ରାମ୍ ର ୯ ଟି କେକ୍ ର ଦେଲା ବରାଦ ।