ବଲାଙ୍ଗୀର : କଂଗ୍ରେସର ପୁଲିଂ ଏଜେଂଟଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ

36

କନକ ବ୍ୟୁରୋ : ବଲାଙ୍ଗୀରରେ ନିର୍ବାଚନୀ ହିଂସା । କଂଗ୍ରେସର ପୁଲିଂ ଏଜେଂଟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । କର୍ଲାପିଟା ଗାଁରେ କଂଗ୍ରେସର ପୁଲିଂ ଏଜେଂଟ ରୋହିତ ପ୍ରଧାନଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବିଜେପି ସମର୍ଥକ ମାନେ ରୋହିତଙ୍କୁ ପ୍ରଥମେ ଅପହରଣ ଓ ପରେ ହତ୍ୟା କରିଥିବା ରୋହିତଙ୍କ ପରିବାର ଲୋକେ କହିଛନ୍ତି । ୧୭ ତାରିଖରୁ ରୋହିତ ନିଖୋଜ ଥିବାବେଳେ ଗତକାଲି ରାତି ପତ୍ରା ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ ।