ବଡ ଲୋକଙ୍କ କାମରେ ବି ଆସିପାରେ ଏହି ବେବି ପ୍ରଡକ୍ଟ ; ଏଭଳି କରନ୍ତୁ ବ୍ୟବହାର, ତ୍ୱଚା ପାଇଁ ହୋଇଥାଏ ଲାଭକାରୀ

298

ପ୍ରତ୍ୟେକ ମହିଳାଙ୍କୁ ଶିଶୁଙ୍କ ଭଳି କୋମଳ ତ୍ୱଚା ପାଇବାର ଇଚ୍ଛା ଥାଏ । ଏହି କାରଣରୁ ବଜାରରେ ମିଳୁଥିବା କେତେକ ସ୍କିନ କେୟାର ପ୍ରଡକ୍ଟର ମଧ୍ୟ ବ୍ୟବହାର କରନ୍ତି, ଯାହା କେବେ କେବେ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ପ୍ରକୃତରେ ଏମିତି ପ୍ରଡକ୍ଟରେ କେମିକାଲ ଥାଏ, ଯାହା ତ୍ୱଚାରେ ବ୍ରଣ ଭଳି ସମସ୍ୟା ସୃଷ୍ଟି କରେ । ଏବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବେବି ପ୍ରଡକ୍ଟର ବ୍ୟବହାର କରିପାରିବେ । ବିଶେଷଜ୍ଞଙ୍କ କହିବାନୁସାରେ, ଏଥିରେ କୌଣସି ପ୍ରକାରର କେମିକାଲ ନଥାଏ । ଯଦ୍ୱାରା ତ୍ୱଚା ପାଇଁ ଲାଭକାରୀ ହୋଇଥାଏ ।

ବେବି ଅଏଲ : ଯେଉଁ ମହିଳା ନିୟମିତ ରୂପେ ମେକଅପ୍ ଲଗାନ୍ତି, ତାଙ୍କୁ ଜଣାଥାଏ କି ମେକଅପ୍ ହଟାଇବା କେତେ ମୁସ୍କିଲ ହୋଇଥାଏ । କିନ୍ତୁ ଆପଣ ବେବି ଅଏଲର ସହାୟତାରେ ସହଜରେ ମେକଅପ୍ ହଟାଇପାରିବେ । ଏହା ଦ୍ୱାରା ତ୍ୱଚାରେ କୌଣସି ପ୍ରକାରର ଜଳାପୋଡା ବି ହୋଇଥାଏ । ବେବି ଅଏଲରେ ମିନେରାଲ ଥାଏ, ଯାହା ତ୍ୱଚାକୁ ନରମ କରେ ।

ବେବି ଲୋଶନ୍ : ବଡି ଲୋଶନ୍ ଟିକେ ଚିପ୍ ଚିପ୍ ହୋଇଥାଏ । ଏମିତିରେ ବେବି ଲୋଶନର ବ୍ୟବହାର କରିପାରିବେ କାହିଁକିନା ଏହା ନନ୍-ଷ୍ଟିକ୍ ହୋଇଥାଏ । ଏହା ସହିତ ବେବି ଲୋଶନ୍ ପ୍ରୋଟେକ୍ଟିଭ୍ ଲେୟର ଭଳି କାମ କରେ । ଯାହା ତ୍ୱଚାକୁ କୁଣ୍ଡେଇ ହେବାରୁ ବଂଚାଏ ।

 

ବେବି ପାଉଡର : ବେବି ପାଉଡରର ବ୍ୟବହାର ଆପଣ ନିଜର ମେକଅପ୍ ସହିତ ବି କରିପାରିବେ । ଫାଉଣ୍ଡେସନ୍ ଲଗାଇବା ପରେ ହାଲୁକା ବେବି ପାଉଡର ଚେହେରା ଓ ବେକରେ ଲଗାଇ ଦିଅନ୍ତୁ । ଏହା ଦ୍ୱାରା ଆପଣଙ୍କ ମେକଅପ୍ ଦୀର୍ଘ ସମୟ ଧରି ଚେହେରାରେ ରହିବ ।