ସବର୍ଣ୍ଣ ସଂରକ୍ଷଣ ବିଲ ପରେ ଏବେ ପ୍ରାଇଭେଟ କଲେଜ ପାଇଁ ମଧ୍ୟ ନୂଆ ସଂରକ୍ଷଣ ବିଲ ଆଣିବାକୁ ଯୋଜନା କରୁଛନ୍ତି ମୋଦି ସରକାର । ପ୍ରାଇଭେଟ କଲେଜରେ ଏସସି/ଏସଟି, ଓବିସି, ଆର୍ଥିକ ଦୁର୍ବଳ ବର୍ଗ ଲୋକଙ୍କ ପାଇଁ ସଂରକ୍ଷଣ ଲାଗୁ କରିବାକୁ ସରକାର ବିଚାର କରୁଛନ୍ତି । ଆଗାମୀ ବଜେଟ ଅଧିବେଶନରେ ଏହାକୁ ନେଇ ସଂସଦରେ ବିଧେୟକ ଆଣିବାକୁ ଯୋଜନା କରୁଛନ୍ତି ସରକାର ।
Kanak News is now on WhatsApp
Join and get latest news updates delivered to you via WhatsApp
୩୧ ଜାନୁଆରୀରେ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନରେ ପ୍ରାଇଭେଟ କଲେଜରେ ୧୦ ପ୍ରତିଶତ ସଂରକ୍ଷଣ ବିଲ୍ ଆଣିପାରନ୍ତି ସରକାର । ଏନେଇ ମାନବ ସଂଶାଧନ ଓ ବିକାଶ ମନ୍ତ୍ରାଳୟ ମଙ୍ଗଳବାର ଘୋଷଣା କରିଛି । ଏହାଛଡା ଦେଶର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ୨୫ ପ୍ରତିଶତ ଆସନ ବଢାଯିବ ଯାହାଦ୍ୱାରା ଏସସି/ଏସଟି, ଅନ୍ୟ ଛାତ୍ରଛାତ୍ରୀଙ୍କୁ ମିଳୁଥିବା ସଂରକ୍ଷଣ ଉପରେ ଯେପରି ପ୍ରଭାବ ନ ପଡିବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି ।
ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ଲୋକସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନେ ଖଡଗେ କହିଛନ୍ତି, ଏହା ବିଜେପିର ଏହା ନିର୍ବାଚନୀ ଚାଲ୍ । ନିର୍ବାଚନ ଫାଇଦାକୁ ଦୃଷ୍ଟିରେ ରଖି ଏଭଳି ଘୋଷଣା କରୁଛି ବିଜେପି । ଯାହାକୁ ଆରଜେଡି ଜୋରଦାର ବିରୋଧ କରିଛି । ଆରଜେଡିର କହିବା ଅନୁଯାୟୀ, କାହାସହ ବିନା ଆଲୋଚନାରେ ସରକାର ଏଭଳି ନିଷ୍ପତି ନେଇଛନ୍ତି । ତେବେ ଆଗାମୀ ୨ ସପ୍ତାହ ପରେ ଏହି ବିଲର ଭାଗ୍ୟ କଣ ହେବ ତାହା ଦେଖିବା ବାକି ରହିଲା ।