ଛାତ୍ର ସଂସଦ ନିର୍ବାଚନ ଲାଗି କମ୍ପୁଛି କ୍ୟାଂପସ : ଆଉ କିଛି ସମୟ ପରେ ନୋମିନେସନ କରିବେ ଆଶାୟୀ ପ୍ରାର୍ଥୀ

34

4କନକ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ନୋମିନେସନ୍ । ନାମାଙ୍କନପତ୍ର ଦାଖଲ କରିବେ ଆଶାୟୀ ପ୍ରାର୍ଥୀ । ଏଥିପାଇଁ କମ୍ପୁଛି କଲେଜ କ୍ୟାମ୍ପସ । ରମାଦେବୀ ବିଶ୍ୱ ବିଦ୍ୟାଳୟର ଛାତ୍ରୀମାନେ ଶୋଭାଯାତ୍ରାରେ ଆଶି ପ୍ରାର୍ଥୀପତ୍ର ଦାଖଲ କରିବେ । ଏଥିପାଇଁ ପ୍ରସ୍ତୁତି ସରିଛି । କଲେଜ ପରିସରରେ ଛାତ୍ରୀମାନେ ମେଳି ବାନ୍ଧିଛନ୍ତି ।

ସେହିଭଳ ବାଣୀବିହାର, ମହର୍ଷି କଲେଜରେ ମଧ୍ୟ ଛାତ୍ରୀଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସେପଟେ କଟକ ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ମଧ୍ୟ ନାମାଙ୍କନ ପାଇଁ ପ୍ରସ୍ତୁତି ସରିଛି । ୩୦ ତାରିଖରେ ପ୍ରାର୍ଥୀପତ୍ର ଯାଂଚ କରାଯିବ । ଅକ୍ଟୋବର ୧ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ଏହାପରେ ପ୍ରକାଶ ପାଇବ ଫାଇନାଲ୍ ଲିଷ୍ଟ ।

କେଉଁ ପଦବୀ ପାଇଁ କେତେଜଣ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଆଉ କେଉଁ ପଦବୀ ଅପ୍ରତିଦ୍ୱନ୍ଦୀ ରହିଛିି । ଅକ୍ଟୋବର ୪ ତାରିଖରେ ନିର୍ବାଚନ ହେବାକୁ ଥିବା କଲେଜ୍ ଓ ୟୁନିଭରସିଟିରେ ଅନୁଷ୍ଠିତ ହେବ ହ୍ୱାଇ ଆଇ ଷ୍ଟାଣ୍ଡ ଫର ମିଟିଂ । ତାପରଦିନ ଅର୍ଥାତ୍ ୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ସେଦିନ ସନ୍ଧ୍ୟାରେ ହିଁ ବାହାରିବ ରେଜଲ୍ଟ । ଅକ୍ଟୋବର ୬ ତାରିଖରେ କଲେଜ କ୍ୟାମ୍ପସରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –