ମହାନଦୀ ପ୍ରସଙ୍ଗରେ ଶୂନ୍ୟକାଳରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ! କହିଲେ ରାଜ୍ୟର ସ୍ୱାର୍ଥ ରକ୍ଷା ଲାଗି ନିଆଯାଇଛି ପଦକ୍ଷେପ

31

କନକ ବ୍ୟୁରୋ : ମହାନଦୀ ପ୍ରସଙ୍ଗରେ ସୁପ୍ରିମ କୋର୍ଟରେ ଇଞ୍ଜେକ୍ସନ ସୁଟ୍ କରିଛନ୍ତି ରାଜ୍ୟ ସରକାର । ଏନେଇ ଆଜି ବିଧାନସଭାରେ ଶୂନ୍ୟକାଳରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାନଦୀର ଉପର ମୁଣ୍ଡରେ ଛତିଶଗଡ ସରକାରଙ୍କ ବେଆଇନ ନିର୍ମାଣକୁ ବିରୋଧ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସମ୍ବିଧାନର ଧାରା ୧୩୧ ଅନୁସାରେ ନଭେମ୍ବର ୨ତାରିଖରେ ସର୍ବୋଚ୍ଚନ୍ୟାୟାଳୟରେ ଇଞ୍ଜେକ୍ସନ ସୁଟ୍ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ସେ ସୂଚନା ଦେଇଛନ୍ତି ଯେ ନଭେମ୍ବର ୨୨ରେ ଆନ୍ତରାଜ୍ୟ ଜଳବିବାଦ ଆଇନର ସେକ୍ସନ ୩ ଅନୁଯାୟୀ ଏକ ଟ୍ରିବୁନାଲ ଗଠନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ରାଜ୍ୟ ସରକାର । ସେ ଆହୁରି କହିଛନ୍ତି ମହାନଦୀ ଓଡିଶାର ଜୀବନ ରେଖା । ତେଣୁ ମହାନଦୀର ଉପର ମୁଣ୍ଡରେ ଛତିଶଗଡ ସରକାରଙ୍କ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଓଡିଶାର ସାମାଜିକ ଓ ଅର୍ଥନୈତିକ ଜୀବନ ପ୍ରଭାବିତ ହେବ । ମହାନଦୀର ସୁରକ୍ଷା ପାଇଁ ଓଡିଶା ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ନବୀନ ।

ଦେଖନ୍ତୁ ଏହି ଭିଡିଓ :