‘କାଳିଆ’ ପାଇଁ ଗଡ଼ିଲା କାଳିଆ ରଥ‘ । ଚାଷୀଙ୍କୁ ‘କାଳିଆ’ ଯୋଜନା ନେଇ କରାଇବ ଅବଗତ, ପ୍ରଥମ ପର୍ଯ୍ୟାୟରେ ୨୦ଟି ରଥର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।

118

କନକ ବ୍ୟୁରୋ: କାଳିଆ ଯୋଜନାରେ କୃଷକଙ୍କ ସଚେତନତା ପାଇଁ ଗଡ଼ିଲା ‘କାଳିଆ ରଥ’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ୨୦ଟି ‘କାଳିଆ ରଥ‘ର ଶୁଭାରମ୍ଭ କରିଛନ୍ତି ନବୀନ । ଏହି ‘କାଳିଆ ରଥ‘ ପ୍ରତି ପଞ୍ଚାୟତକୁ ବୁଲି ବୁଲି କାଳିଆ ଯୋଜନା ସମ୍ପର୍କରେ କୃଷକ ମାନଙ୍କୁ ସଚେତନ କରାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ସେହିଭଳି ବିଭିନ୍ନ ପର୍ଯ୍ୟାୟକ୍ରମେ ରାଜ୍ୟବ୍ୟାପୀ ମୋଟ୍ ୧୫୦ଟି କାଳିଆ ରଥ ଗଡ଼ିବ ବୋଲି ସୂଚନା ମିଳିଛି । ତେବେ ଏହି କାଳିଆ ରଥ ସାରା ରାଜ୍ୟ ବୁଲିବା ସହ କୃଷକ ମାନଙ୍କୁ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା ବିଷୟରେ ଅବଗତ କରାଇବ । ‘କାଳିଆ’ ଯୋଜନା ନେଇ ଏବେ ବି ଦ୍ୱନ୍ଦ ଲାଗି ରହିଥିବାବେଳେ ଏହାର ସମାଧାନ କରିବ ‘କାଳିଆ ରଥ’ ବୋଲି ସୂଚନା ଦେଇଛନ୍ତି ସମବାୟ ସଚିବ କ୍ରୀଷନ କୁମାର ।

କାଳିଆ ରଥରେ ଲାଗିଥିବା ଏଲଇଡ଼ି ଜରିଆରେ ଚିତ୍ର ଓ ଶବ୍ଦ ମାଧ୍ୟମରେ ‘କାଳିଆ’ ଯୋଜନା ନେଇ ଅବଗତ କରାଇବ କାଳିଆ ରଥ । ଚାଷୀଙ୍କ ପାଇଁ ଏମ ମହତାକାକ୍ଷୀଂ ଯୋଜନା ପାଲଟିଥିବା ‘କାଳିଆ’ ଯୋଜନାର କାଳିଆ ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।