ସଚିବାଳୟରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

33

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସଚିବାଳୟରେ ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେଇ ଭିିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ୫୦ଟି ସହରାଂଚଳ ପାନୀୟ ଜଳ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ସ୍ମାର୍ଟ ସିଟି ପାଇଁ ଭୁବନେଶ୍ୱର ୱାନ ନାମକ ଏକ ୱେବ ପୋର୍ଟାଲର ଲୋକାର୍ପଣ କରାଯାଇଛି । ଏହା ସହ ୫ଟି ମହାନଗର ନିଗମରେ ଏନର୍ଜି ଏଫିସିଏଂଟ୍ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ପାଇଁ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।