ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି : ଫିଲ୍ମ ପ୍ରଦର୍ଶିତ ହେବା ଆଗରୁ ପରଦାରେ ପ୍ରଦର୍ଶନ ହେବ ଜାତୀୟ ପତାକା

58

କନକ ବ୍ୟୁରୋ : ଏଣିକି ସିନେମା ହଲରେ ଫିଲ୍ମ ଆରମ୍ଭ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ । ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । କେବଳ ଏତିକି ନୁହେଁ ଫିଲ୍ମ ପ୍ରଦର୍ଶିତ ହେବା ଆଗରୁ ପରଦାରେ ଜାତୀୟ ପତାକା ପ୍ରଦର୍ଶନ କରାଯିବା ନେଇ କୋର୍ଟଙ୍କ ନିର୍ଦେଶ ରହିଛି । ଜାତୀୟ ପତାକା ଓ ଜାତୀୟ ସଂଗୀତକୁ ସମ୍ମାନ ଦେବା ଦିଗରେ ଏଭଳି ନିଷ୍ପତି ନେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଫିଲ୍ମ ହଲରେ ଜାତୀୟ ସଂଗୀତ ଗାନ ନେଇ ଦାୟର ହୋଇଥିବା ଏକ ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ସୁପ୍ରିମକୋର୍ଟ । ତେବେ ଜାତୀୟ ସଂଗୀତର ବ୍ୟବସାୟୀ କରଣ କିମ୍ବା ନାଟ୍ୟ ରୂପାନ୍ତର କରିବା ଉପରେ ସର୍ବୋଚ୍ଚ ନ୍ୟାୟାଳୟ କଟକଣା ଲଗାଇଛନ୍ତି ।