ଚୀନ ସାମଗ୍ରୀର ଦାସତ୍ୱରୁ ଭାରତର ମୁକ୍ତି କେବେ ?

72

ଭାରତକୁ ଚୀନରୁ ଆମଦାନୀ ହେଉଥିବା ଓ ଚୀନକୁ ରପ୍ତାନୀ ହେଉଥିବା ସାମଗ୍ରୀର ବାର୍ଷିକ ବିବରଣୀ –

     ୨୦୧୦-୧୧ ୨୦୧୧-୧୨ ୨୦୧୨-୧୩ ୨୦୧୩-୧୪ ୨୦୧୪-୧୫ ୧୦୧୫-୧୬ ୨୦୧୬-୧୭
ଚୀନରୁ
ଆମଦାନୀ – ୪୩.୫     ୫୫.୩      ୫୨.୨     ୫୧    ୬୦. ୪       ୬୧.୭        ୬୧.୩

ଚୀନକୁ
ରପ୍ତାନୀ-  ୧୪.୨         ୧୮.୧    ୧୩.୫    ୧୪.୮    ୧୧.୮        ୯         ୧୦.୨

ଭାରତ ବଜାରରେ ଚୀନ ସାମଗ୍ରୀ କେତେ ବ୍ୟବହାର ହେଉଛି ସେକଥା ସମସ୍ତେ ଜାଣନ୍ତି । ଆଉ ଉପରୋକ୍ତ ତଥ୍ୟରୁ ଆପଣ ଭଲରେ ଜାଣିପାରୁଥିବେ ଭାରତ ଚୀନ ଉପରେ କେତେ ପରିମାଣରେ ନିିର୍ଭରଶୀଳ । ଏହି ତଥ୍ୟ ଅନୁସାରେ ମାତ୍ର ୬-୭ ବର୍ଷ ମଧ୍ୟରେ ଭାରତରୁ ଚୀନ ରପ୍ତାନୀ ହେଉଥିବା ସାମଗ୍ରୀ ଧୀରେ ଧୀରେ ହ୍ରାସ ପାଇଛି ଓ ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀ ବଢ଼ିଛି । ଏହି ଟେବୁଲରୁ ଆପଣ ସ୍ପଷ୍ଟ ଜାଣିପାରୁଥିବେ ଚୀନରୁ ଭାରତକୁ ଆମଦାନୀ ହେଉଥିବା ସାମଗ୍ରୀ ଆସ୍ତେ ଆସେତ୍ତ ବଢ଼ିଛି । ଏହା ୨୦୧୦ ରୁ ୨୦୧୭ ମଧ୍ୟରେ ତିନି ଗୁଣ ଅନ୍ତରୁରୁ ବଢ଼ି ଛଅ ଗୁଣ ହୋଇଯାଇଛି ।

ଏବେ ଡୋକଲାମକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଏହାଦେଖି ଲୋକଙ୍କ ମନରେ ବିଦ୍ରୋହ ସୃ୍ଷ୍ଟି ହେଉଥିବ ନିଶ୍ଚୟ । କିନ୍ତୁ ଯେଁଉ ପ୍ରକାରରେ ଚୀନ ସାମଗ୍ରୀ ଭାରତରେ ପ୍ରଭାବ ବିସ୍ତାର କରିଛି ସେଥିରୁ ମୁକ୍ତି କିପରି ମିଳିବ ? ଏହାର ଉପାୟ କ’ଣ, କାରଣ ବାଣିଜ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଭାରତ ବଜାରରେ ସମସ୍ତ କ୍ଷେତ୍ରରେ ଚୀନ ସମାଗ୍ରୀ ସ୍ଥାନ ମାଡ଼ି ବସିଛି । ସେଗୁଡ଼ିକ ହେଲା –

– ସେଲଫୋନ୍, ଲାପଟପ୍, ସୋଲାର ସେଲ୍, କି-ବୋର୍ଡ଼, କମ୍ୟୁନିମେସନ ସମାଗ୍ରୀ, ଇୟର ଫୋନ୍, ଘଣ୍ଟା, ଏଲସିଡ଼ି-ଏଲଇଡ଼ି, ରାଓଟର, ଟିଭି ରିମୋଟ୍ ଓ ସେଟ ଅପ ବକ୍ସ

– ତାଲା, କୃଷ୍ଠ ରୋଗ ଔଷଧ, ଆଣ୍ଟଇବାୟୋଟିକ ଔଷଦ, ଖେଳନା, ବଲ ବିୟରିଂ ଠାରୁ ଆରମ୍ଭ କରି ସାର ପର୍ଯ୍ୟନ୍ତ

– ଆସବାବପତ୍ର, ଚୀନ ଗୁଡ଼ି , ଭଗବାନଙ୍କ ମୂର୍ତ୍ତୀ, ରାକ୍ଷୀ , ବାଣ ଇତ୍ୟାଦି

ପ୍ରକୃତ କଥା ହେଲା ଚୀନର ଏହି ସାମଗ୍ରୀ ଗୁଡ଼ିକ ଭାରତୀୟ ସାମଗ୍ରୀ ତୁଳନାରେ ଏତେ ଶସ୍ତା ଯେ ଗ୍ରାହକ ତାହାକୁ ଅଣଦେଖା କରିବା ମୁସ୍କିଲ ହୋଇପଡ଼ୁଛି । ଏବେ ଚୀନ କାଳେ ଆମ ଦେଶର ସୀମାକୁ କବ୍ଚା କରିନେବ ସେ ନେଇ ଡରୁଛି କିନ୍ତୁ ଭାରତ ବଜାରେ ଚୀନ ସମାଗ୍ରୀ ଯେପରି ସାପ ପରି କୁଣ୍ଡଳୀ ମାରି ବସିଛି ତାର ଉପାୟ କଥା କେବେ ଚିନ୍ତା କରିଛନ୍ତି କି ? ଚୀନ ସୀମାରେ ଭାରତକୁ ଯୁଦ୍ଧ ର ଧମକ ଦେଉଛି । ଏବେ ଭାରତର ପାଇଁ ବଡ଼ ମୁସ୍କିଲର ସମୟ । ଚୀନ ସାମଗ୍ରୀକୁ ଭାରତ ଏଥିପାଇଁ ଆପଣାଏ କାରଣ ଅର୍ଥବ୍ୟବସ୍ଥା କ୍ଷେତ୍ରରେ ସୀମା ଶେଷ ହୋଇସାରିଛି ଏବଂ ଏହା ତଥ୍ୟ ଆର୍ଥିକ ନୀତି ହିଁ କହୁଛି ।

ସାଧାରଣ ଗ୍ରାହକ ପାଇଁ ଚୀନ ସାମଗ୍ରୀ ଆଗରେ ସାମ୍ନାରେ ଜାତୀୟ ସଙ୍ଗୀତ ଆଗରେ ଫିକା ପଡ଼ିଯାଏ । ଡୋକଲାମ ବିବାଦ ନେଇ ଏବେ ଚୀନ ସେନାକୁ ରୋକିବା ପାଇଁ ଭାରତ ସମସ୍ତ ଚେଷ୍ଟା କରୁୁଛି କିନ୍ତୁ ଚୀନରୁ ଆମଦାନୀ ସାମଗ୍ରୀ ବଢ଼ିବାରେ ଲାଗିଛି । ଚୀନ କମ୍ପାନୀ ଗୁଡ଼ିକ ନିର୍ବିଘ୍ନରେ ଭାରତରେ ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଛନ୍ତି । ସୂଚନା ଅନୁସାରେ ଚୀନର ଆଲିବାବା କମ୍ପାନୀର ପ୍ରତିଷ୍ଠାତା ଜୈକମା ପେଟିଏମରେ ପାଖାପାଖି ୬୮ କୋଟି ଡଲାର ନିବେଶ କରିଛନ୍ତି । ଏହାସହ ଚୀନ ଟ୍ରାଭେଲ କମ୍ପାନୀର ମେକ ମାଇ ଟ୍ରିପରେ ୧୮ କୋଟ ଡଲାର ନିବେଶ କରିଛି ।

ଅନ୍ୟ ପଟେ ଭାରତୀୟ କମ୍ପାନୀ ଗୁଡ଼ିକ ଶସ୍ତା ମାନୁଫ୍ୟାକଚିଂ ମାମଲାରେ ଚୀନକୁ ଟକ୍କର ଦେଇପାରୁ ନାହାନ୍ତି । ଫଳସ୍ୱରୂପ ହ୍ୟାଣ୍ଡଲୁମ ଜଗତ ଠାରୁ ଆରମ୍ଭ କରି ସୋଲାର ପ୍ୟନଲ ଇଣ୍ଡଷ୍ଟ୍ରୀ ପର୍ଯ୍ୟନ୍ତ ସମସ୍ତ ବଜାରରେ ଚୀନର ଦବଦବା ଆଗରେ ନତମସ୍ତକ ହେବାକୁ ବାଧ୍ୟ ହେଉଛି ଭାରତ । ତେବେ ନିଜକୁ ମଜଭୁତ କିରିବା ପରିବର୍ତ୍ତେ ଚୀନକୁ କିପରି ପରାସ୍ତ କରାଯିବ ଓ ସୀମାରେ ସେନା ପୂର୍ବରୁ ପ୍ରଥମେ ଦେଶ ଭିତରୁ ଚୀନ ସମାଗ୍ରୀକୁ କିପରି ହଟାଯିବ ଏନେଇ ଚିନ୍ତା କରିବା ଉଚିତ୍ । ଏହାର ସମାଧାନ କୌଣସିି ସରକାରଙ୍କ ପାଖରେ ନାହିଁ । ତେବେ ଡୋକଲାମ ବିବାଦ ପୂର୍ବରୁ ଚିନ ସମାଗ୍ରୀର ଦାସତ୍ୱ ଦେଶରେ ଶେଷ ହେବ କିପରି ?

ଗୋଟିଏ ପଟେ ଦେଶରେ ୨୭ କୋଟି ବିପିଏଲ ପରିବାରର ସଙ୍କଟ ଅନ୍ୟପଟେ ୨୫ କୋଟି ଲୋକ ଯେଉଁ ମାନେ ଶସ୍ତା ସାମଗ୍ରୀ ଉପରେ ନିର୍ଭରଶୀଳ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଷ୍ଟାଟଅପରେ ମଧ୍ୟ ଚୀନ କମ୍ପାନୀଗୁଡ଼ିକ ପ୍ରବେଶ କରିସାରିଛନ୍ତି । ଫୋବର୍ସ ମୁତାବକ ଚୀନ କମ୍ପାନୀ ୨୦୦୦ ରୁ ୨୦୧୬ ମଧ୍ୟରେ ଭାରତୀୟ ଷ୍ଟାଟଅପରେ ୧.୩୫ ବିଲିୟନ୍ ଡ଼ଲାରରୁ ଅଧିକ ନିବେଶ କରିସାରିଛି ।