ଧାନ ବିଲରେ ଚିତ୍ରକଳା ! ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ଅଭିନବ ଉପାୟ

52

ଚୀନ : ନିଜ ଅଂଚଳ ପ୍ରତି ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ଲାଗି ଏବେ ଏକ ନିଆରା ଉପାୟ ଅବଲମ୍ବନ କରୁଛନ୍ତି ଚୀନର ଶେନୟାଙ୍ଗର ଧାନ ଚାଷୀମାନେ । ଜାପାନର ନାକାଦେତେ ଗାଁ ଢାଂଚାରେ ସେମାନେ ସେମାନଙ୍କର ବିସ୍ତୀର୍ଣ୍ଣ ଧାନ ବିଲରେ ଚିତ୍ର କଳାର ପ୍ରଦର୍ଶନ କରୁଛନ୍ତି । ଶେନୟାଙ୍ଗର ଅଧିବାସୀମାନେ ବିଲରେ ବୃହଦାକାୟ ହାତୀ,ପ୍ରଜାପତି ,ହଂସ ,ଡ୍ରାଗନ୍ ଏପରିକି କିଛି ଲୋକପ୍ରିୟ କାର୍ଟୁନ୍ ଚରିତ୍ରକୁ ବି ଆଙ୍କୁଛନ୍ତି । ଏହାକୁ କରିବା ଲାଗି ସ୍ୱତନ୍ତ୍ର କୈାଶଳ ଅବଲମ୍ବନ କରାଯାଉଛି । ଏକ ହେଲିକପ୍ଟର ମାଧ୍ୟମରେ ହାଇବିମ୍ ପ୍ରୋଜେକ୍ଟର ଲଗାଯାଇ ଏହାକୁ ଅଙ୍କାଯାଇଛି ।

ସେହିପରି ମଂଜି ବୁଣିବା ସମୟରେ ବିଭିନ୍ନ କିସମର ମଂଜିକୁ ଡିଜାଇନ୍ କରି ଲଗାଯାଉଛି । ଯାହା ଦ୍ୱାରା କି ଫସଲ ଅମଳ ହେବାବେଳକୁ କିଆରୀରେ ପଶୁ ,ପକ୍ଷୀ ଓ ଲୋକଙ୍କର ସୁନ୍ଦର ଚିତ୍ରକଳା ଆଙ୍କି ହୋଇଯିବା ପରି ଦିଶୁଛି । ସୂଚନା ଅନୁସାରେ , ଜାପାନରେ ଏଭଳି ଚିତ୍ରକଳା ପାଇଁ ଏକାସାଙ୍ଗରେ ପ୍ରାୟ ୧୦ ପ୍ରଜାତିର ଧାନ ବିହନ ବୁଣାଯାଇଥାଏ । ସେଗୁଡିକ ନାଲି , ଧୂସର ,ସବୁଜ ଓ ହାଲକା ନୀଳ ରଙ୍ଗର ହୋଇଥାଏ । ଫଳରେ ଫସଲ ଅମଳ ହେବା ସମୟରେ ଚାଷଜମିଟି ଖୁବ୍ ସୁନ୍ଦର ଦିଶିଥାଏ । ପରୋକ୍ଷରେ ତାହା କୃଷିକୃତ୍ତିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରେ ।                     ( ସୌଜନ୍ୟ  – ଡେଲି ମେଲ୍ )