ଚୀନର ଭାସମାନ ପୋଲ : ପାଣି ଉପରେ ଚାଲୁଛନ୍ତି ଲୋକେ

24

3ଅଦ୍ଭୂତ ଜିନିଷ ତିଆରି କରିବାରେ ଚୀନ ଧୂରନ୍ଧର । ନୂଆ ନୂଆ ତରିକାରେ ଆଶ୍ଚର୍ଯ୍ୟକର କାମ ଚୀନ କରିଥାଏ । ଯାହା ବିଶ୍ୱରେ କେଉଁ ଦେଶରେ ହୋଇନଥାଏ । ଏମିତି ଏକ ହେଲା ଚୀନର ଭାସମାନ ପୋଲ । ପାଣି ଉପରେ ୫୦୦ ମିଟର ଲମ୍ବର ପୋଲ ତିଆରି କରିଛି ଚୀନ ।

32be28cd00000578-3503086-image-a-7_1459520847301ଯେଉଁଠି ଲୋକମାନେ ପାଣି ଉପରେ ଚାଲିବା ସ୍ୱପ୍ନ ଭଳି ଲାଗିଥାଏ । ସେ’ଠି ଚୀନ ପାଣି ଉପରେ ଚାଲିବାର ଏକ ଭିନ୍ନ ପ୍ରୟାସ କରି ସଫଳ ହୋଇଛି । ନଦୀ ଉପରେ ଏକ ବିରାଟ ଝୁଲା ଫୁଟପାଥ ତିଆରି ହୋଇଛି ଚୀନରେ । ଏହି ଝୁଲା ପୋଲଟି ଏକ ଜଙ୍ଗଲ ମଧ୍ୟ ଦେଇ ବହିଯାଇଥିବା ନଦୀ ଉପରେ ହୋଇଛି ।

ଘଂଚ ଜଙ୍ଗଲ ମଧ୍ୟ ଦେଇ ବହୁଛି ଏହି ନଦୀ । ଏହି ସ୍ଥାନକୁ ଯିବାଆସିବା ଏହାର ସୈାନ୍ଦର୍ଯ୍ୟତା ନଷ୍ଟ ହେବାର ସମ୍ଭାବନା ଥିବାରୁ ଚୀନ ସରକାର ଏଭଳି ପରିକଳ୍ପନା କରିଛନ୍ତି । ଆଉ ବନେଇଛନ୍ତି ନଦୀ ଉପରେ ଭାସମାନ ପୋଲ । ଏହି ପୋଲଟି ଚୀନର ହୁବେଇ ପ୍ରାନ୍ତରେ ତିଆରି ହୋଇଛି । ପାଣି ଉପରେ ଚୀନର ଏହି ଝୁଲା ପୋଲଟି ସର୍ବସାଧାରଣଙ୍କ ପାଇଁ ପ୍ରତି ରବିବାର ଖୋଲା ରହିଥାଏ ।