ବୁର୍ଲା ଡାକ୍ତରଖାନାରେ ଶିଶୁ ଅଦଳବଦଳ ଘଟଣା : ମୃତ ଶିଶୁର ହେବ ଡିଏନଏ ଟେଷ୍ଟ

32

ସମ୍ବଲପୁର ବ୍ୟୁରୋ, କନକ ନ୍ୟୁଜ୍ : ବୁର୍ଲା ଡାକ୍ତରଖାନାରେ ଶିଶୁ ଅଦଳବଦଳ ଘଟଣା । ମୃତ ଶିଶୁର ଡିଏନଏ ଟେଷ୍ଟ କରାଯିବ । ଜୀବିତ ଶିଶୁକନ୍ୟା ଉଭୟ ପରିବାର ଲୋକ ନିଜର ବୋଲି ଦାବି କରୁଥିବାରୁ ଏଭଳି ନିଷ୍ପତି ନେଇଛି ପୁଲିସ । ରେଢାଖୋଲର ଗଗନ ବିହାରି ପାତ୍ର ନବଜାତ ଶିଶୁକନ୍ୟାକୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ଆଣିଥିଲେ । ତେବେ ମେଡିକାଲ କର୍ତୃପକ୍ଷଙ୍କ କହିବା ଅନୁସାରେ ଗଗନଙ୍କ ଶିଶୁକନ୍ୟାରେ ମୃତ୍ୟୁ ହୋଇଛି । ହେଲେ ଏହାକୁ ଗ୍ରହଣ ନକରି ଶିଶୁ ଅଦଳବଦଳ ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ରକ୍ତ ନମୂନାରେ ମଧ୍ୟ ଗଗନ ଝିଅର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲେ ସୁଦ୍ଧା ପରିବାର ଲୋକେ ଏହାକୁ ଅସ୍ୱୀକାର କରି ଥାନାରେ ମାମଲା ରୁଜୁ କରିଛନ୍ତି । ପୁଲିସ ଘଟଣାରେ ହସ୍ତକ୍ଷେପ କରି ମୃତ ଶିଶୁର ଡିଏନଏ ଟେଷ୍ଟ କରିବା ପାଇଁ ନିଷ୍ପତି ନେଇଛି ।