କେନ୍ଦ୍ରାପଡାରେ ଆତଙ୍କ : ୨ ଦିନରେ ମଲେଣି ୨ହଜାରରୁ ଅଧିକ ମୂଷା

30

କେନ୍ଦ୍ରାପଡା : କେନ୍ଦ୍ରାପଡା ବଳିରାଜ ଗାଁରେ ଗତକାଲି ଶହ ଶହ ସଂଖ୍ୟାର ମୂଷା ଛୁଆ ବିଷକ୍ରିୟାରେ ମରିଥିଲେ । ଆଜି ଏହି ବିଷାକ୍ତ ମୂଷା ଛୁଆକୁ ଖାଇ ବହୁ ବିଲେଇ ଓ ସାପ ମରି ପଡିଥିବାର ଦେଖିବାକୁ ମିଳିଛି । ଗାଁରେ ଏହାକୁ ନେଇ ଆତଙ୍କ ଖେଳିଯାଇଥିବା ବେଳେ ଜିଲ୍ଲା ପଶୁ ସମ୍ପଦ ଅଧିକାରୀ ଆଜି ଗାଁରେ ପହଂଚି ଘଟଣାର ତଦନ୍ତ କରିଛନ୍ତି । ୨ ମାସ ତଳୁ ବିଲରେ ଚାଷ କାମ ପାଇଁ ପକାଯାଇଥିବା ବିଷକୁ ଖାଇ ଏହି ମୂଷା ମରିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଓୟୁଏଟିରେ କେନ୍ଦ୍ରାପଡାର ମୃତ ମୂଷାଛୁଆ ଗୁଡିକର ପୋଷ୍ଟମର୍ଟମ କରାଯାଇଛି । ମୂଷାଗୁଡିକର ନମୁନା ଲାବରଟରିକୁ ପଠାଯାଇଛି । ସେଠାରୁ ରିପୋର୍ଟ ଆସିବା ପରେ ଘଟଣା ସମ୍ଫର୍କରେ ଅଧିକ ତଥ୍ୟ ମିଳିବ ବୋଲି ଓୟୁଏଟି ପ୍ରଫେସର କହିଛନ୍ତି । ଜଳବାୟୁ ପରିବର୍ତନ ନା ଏହାର ଆଉ କିଛି କାରଣ ରହିଛି ତାହା ଜାଣିବାକୁ ଭେଟନାରୀ ବିଭାଗ ପକ୍ଷରୁ ନମୁନା ସଂଗ୍ରହ କରାଯାଇଥିଲା । ପରେ ଏହାକୁ ଭୁବନେଶ୍ୱର ଓୟୁଏଟିକୁ ପଠାଯାଇଥିଲା ।