ମନ ମୋହୁଛି ରାୟଗଡା ଲୋକ ମହୋତ୍ସବ “ଚଇତି’: ଓଡିଶୀ ସାଙ୍ଗକୁ ଆଫ୍ରିକାନ୍ ଟ୍ରାଇବାଲ ନୃତ୍ୟରେ ଦୁଲୁକିଲା ମଂଚ

43

ରାୟଗଡା : ଓଡିଶୀ ନୃତ୍ୟର ତାଳେ ତାଳେ ବିଭୋର ହେଉଥିଲେ ଦର୍ଶକ । ଅବସର ଥିଲା ରାୟଗଡା ଜିଲ୍ଲାର ଲୋକ ମହୋତ୍ସବ “ଚଇତି’ର ତୃତୀୟ ସନ୍ଧ୍ୟା । ପରେ ପରେ ମାଲକାନଗିରି କଳାକାରଙ୍କ ଆଫ୍ରିକାନ୍ ଟ୍ରାଇବାଲ୍ ନୃତ୍ୟରେ ଦୁଲୁକି ଥିଲା ମଂଚ । ଆଦିବାସୀ ନୃତ୍ୟ ପରିବେଷଣ ମଧ୍ୟ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା । ଚଇତି ଉତ୍ସବରେ କଳା ପ୍ରଦର୍ଶନ କରି କଳାକାର ମାନେ ଉତ୍ସାହିତ ଥିବା ବେଳେ ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ମନଭରି ଉପଭୋଗ କରିଥିଲେ । ସେହିପରି “ଚଇତି’ର ପ୍ରଥମ ଓ ଦ୍ୱିତୀୟ ସନ୍ଧ୍ୟାରେ ବି ମନ ମୋହିଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ।

ପ୍ରଥମ ସନ୍ଧ୍ୟାରେ ପୁରୀର ଗୋଟିପୁଅ ନାଚ ମନ ବାନ୍ଧି ରଖିଥିଲା ଦର୍ଶକଙ୍କୁ । ସେହିପରି ଦ୍ୱିତୀୟ ସନ୍ଧ୍ୟାରେ ପଦ୍ମଶ୍ରୀ ଜାନକୀ ରାଘବନଙ୍କ କଥକ ସାଙ୍ଗକୁ ସିଆରପିଏଫ ଯବାନଙ୍କ ଭାଙ୍ଗଡାରେ ଦୁଲୁକି ଥିଲା ମଂଚ । ପରେ ପରେ ସମ୍ବଲପୁରୀ ନୃତ୍ୟର ତାଳେ ତାଳେ ଝୁମିଥିଲେ ଦର୍ଶକ । ଏପରି ଏକ ମଂଚରେ ସୁଯୋଗ ପାଇ କଳାକାରମାନେ ବେଶ୍ ଖୁସି ଥିବା ବେଳେ ଅତିଥି ମାନେ ବି ବେଶ୍ ପ୍ରଶଂସା କରିଥିଲେ । ସଂସ୍କୃତିର ଆଦାନ ପ୍ରଦାନ ସହ ଭାଇଚାରା ସୃଷ୍ଟି କରିବାରେ ରାୟଗଡା ଜିଲ୍ଲାର ଲୋକମହୋତ୍ସବ “ଚଇତି’ ଏକ ଅଭିନବ ପ୍ରୟାସ ।

ନ୍ୟୁଜ ସହ ଦେଖନ୍ତୁ ଏହି ଭିଡିଓ :