କନ୍ୟା ଭ୍ରୁଣ ହତ୍ୟା ରୋକିବା ଓ ଝିଅମାନଙ୍କୁ ଶିକ୍ଷିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅଭିଯାନ : ‘ବେଟି ବଚାଓ ବେଟି ପଢାଓ’ ଅଭିଯାନ ପାଇଁ ଗଠନ ହେବ ଟାସ୍କ ଫୋର୍ସ

38

କେନ୍ଦ୍ର ସରକାର କନ୍ୟା ଭ୍ରୁଣ ହତ୍ୟା ରୋକିବା ପାଇଁ ଓ ଝିଅମାନଙ୍କୁ ଶିକ୍ଷିତ କରିବା ପାଇଁ ‘ବେଟି ବଚାଓ ବେଟି ପଢାଓ’ ଅଭିଯାନ ଚଳାଇଛନ୍ତି । ଏହି ଯୋଜନାକୁ ଅଧିକ ପ୍ରଭାବଶାଳୀ ଓ ସୁଦୂର ପ୍ରସାରୀ କରିବା ପାଇଁ ମୁମ୍ବାଇର ଜିଲ୍ଲାପାଳ ଟାସ୍କ ଫୋର୍ସ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଫୋର୍ସ ନାଗରିକମାନଙ୍କୁ ମହିଳା ଭ୍ରୁଣ ହତ୍ୟା ରୋକିବା ଓ ଝିଅମାନଙ୍କୁ ଶିକ୍ଷିତ କରିବା ପାଇଁ ସଚେତନ କରାଇବ। ଏହି ଟାସ୍କ ଫୋର୍ସରେ ସାମାଜିକ  ସଂସ୍ଥା, ଡାକ୍ତର , ଶିକ୍ଷାବିତ୍, ବିଏମସିର ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ସାମିଲ କରାଯିବ।

ଏ ସଂପର୍କରେ ଜିଲ୍ଲାପାଳ ବିଭିନ୍ନ କ୍ଷେତ୍ରର ଲୋକମାନଙ୍କ ସହିତ ଆଲୋଚନା ଚଳାଇଛି। ଏହି ଟାସ୍କଫୋର୍ସ ବିଭିନ୍ନ ଅଞ୍ଚଳ ଗସ୍ତ କରି ‘ବେଟି ବଚାଓ ବେଟି ପଢାଓ’ ଯୋଜନା କିଭଳି ଲାଗୁ ହୋଇଛି ଓ କେଉଁଠାରେ ଏହାର ପ୍ରତିବନ୍ଧକ ରହୁଛି, ସେ ସଂପର୍କରେ ଅନୁଧ୍ୟାନ କରିବ । ତାପରେ ଟାସ୍କ ଫୋର୍ସ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଜଣାଯାଇଛି।

Comments are closed.