୪୦ ଯବାନଙ୍କ ବଳିଦାନର ବଦଲା ନେଲା ଭାରତ ! ସାରା ଦେଶରେ ଉତ୍ସବର ମାହୋଲ, କିଏ ବାଣ ଫୁଟାଉଛି ତ କିଏ ମିଠା ବାଂଟୁଛି

144

କନକ ବ୍ୟୁରୋ : ପାକିସ୍ତାନ ବିରୋଧରେ ଭାରତ ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯିବା ପରେ ଦେଶର ବିଭିନ୍ନ ପ୍ରାନ୍ତରୁ ସେଲିବ୍ରେସନର ମାହୋଲ ଦେଖିବାକୁ ମିଳିଛି । ଦେଶର ଚାରିପ୍ରାନ୍ତରେ ଲୋକେ ଉତ୍ସବ ମନାଉଛନ୍ତି । ଲୁଧିୟାନାରେ କିଛି ଲୋକେ ଏୟାର ଷ୍ଟ୍ରାଇକ ଯୋଗୁଁ ଖୁସି ବ୍ୟକ୍ତ କରିବା ସହ ଉତ୍ସବ ମନାଇଛନ୍ତି । ବାଣ ଫୁଟାଇ ଭାରତୀୟ ସେନାର ଏଭଳି କାର୍ଯ୍ୟକୁ ସେମାନେ ସାବାସି ଦେଇଛନ୍ତି ।

ସେପଟେ ଲକ୍ଷ୍ନୌରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଜତୀୟ ପତାକା ଉଡାଇ ପାକ୍ ବିରୋଧରେ ଏୟାର ଷ୍ଟ୍ରାଇକର ଖୁସି ମନାଇଛନ୍ତି ଲୋକେ । ହିନ୍ଦୁସ୍ତାନ ଜିନ୍ଦାବାଦ,ପାକିସ୍ତାନ ମୁର୍ଦ୍ଦାବାଦ ନାରା ମଧ୍ୟ ଶୁଣିବାକୁ ମିଳିଛି । ଏପରିକି ପରସ୍ପରକୁ ମିଠା ମଧ୍ୟ ଖୁଆଇ ଖୁସି ମନାଯାଉଥିବା ଦେଖିବାକୁ ମିଳିଛି । ଡେରାଡୁନରେ ବି ଦେଖିବାକୁ ମିଳିଛି ସେଲିବ୍ରେସନ । କିଛି ଛାତ୍ରଛାତ୍ରୀ ଏନେଇ ଖୁସି ବନାଇଛନ୍ତି । ଛାତ୍ରଛାତ୍ରୀଙ୍କ ସହ ସ୍ଥାନୀୟ ଲୋକ ମଧ୍ୟ ସାମିଲ ହୋଇଛନ୍ତି । ଭୋପାଳରେ ବି ସ୍ଥାନୀୟ ଲୋକେ ମିଠା ବାଂଟି ବାଣ ଫୁଟାଇ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକକୁ ସ୍ୱାଗତ କରିଛନ୍ତି ।

aaj tak

ଅନ୍ୟପଟେ ପାକିସ୍ତାନରେ ଭାରତର ଆକ୍ରମଣକୁ ନେଇ ଭୁବନେଶ୍ୱରରେ ମଧ୍ୟ ସେଲିବ୍ରେସନ କରାଯାଇଛି ।ଏହାକୁ ବିଜୟ ଦିବସ ଭାବେ ପାଳନ କରାଯାଉଛି । ଉତ୍କଳ ୟୁନିଭରସିଟିରୁ ଏବିଭିପି ପକ୍ଷରୁ ଏକ ରାଲି ବାହାରିଥିଲା । ଛାତ୍ରଛାତ୍ରୀମାନେ ତ୍ରୀରଙ୍ଗା ଧରି ଉକ୍ରଳ ୟୁନିଭରସିଟିରୁ ରାମ ମନ୍ଦିର ଯାଏ ରାଲି କରାଯାଇଛି । ସେହିପରି ସହିଦ ମନୋଜ ବେହେରାଙ୍କ ଗାଁ ରତନପୁର ସ୍କୁଲରେ ମଧ୍ୟ ଛାତ୍ରଛାତ୍ରୀ ମାନେ ଆତଙ୍କୀ ଆକ୍ରମଣ ନେଇ ଖୁସି ଜାହିର କରିଛନ୍ତି । ବୀର ଯବାନ ଅମର ରହେ, ଭାରତ ମାତା କି ଜୟ ଧ୍ୱନିରେ ପ୍ରକମ୍ପିତ ହୋଇଛି ପରିବେଶ ।