ପଶ୍ଚିମବଙ୍ଗ ତ କିଛି ନୁହେଁ । ଲାଲୁଙ୍କୁ ଗିରଫ ପାଇଁ ଝାଳ ବୁହାଇଥିଲା ସିବିଆଇ । ଶେଷରେ ସହାୟତା କରିଥିଲା ସେନା

349

କନକ ବ୍ୟୁରୋ: ମମତାଙ୍କ ଗଡ ପଶ୍ଚିମବଙ୍ଗରେ ଏବେ ଚାଲିଛି ପଲଟିକାଲ ହାଇଡ୍ରାମା । ଗତକାଲି ରାତିରେ ୫ ଜଣ ସିବିଆଇ ଅଧିକାରୀଙ୍କୁ ଗିରଫ କରିଛି କୋଲକାତା ପୁଲିସ । କୋଲକାତା ପୁଲିସ କମିସନରଙ୍କ ଘରକୁ ଚିଟଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ କରିବାକୁ ଆସିଥିଲା ସିବିଆଇ । ହେଲେ କୋଲକାତା ପୁଲିସ କମିସନରଙ୍କ ଘରକୁ ଘେରାବନ୍ଦୀ କରି ୫ ସିବିଆଇ ଅଧିକାରୀଙ୍କୁ ଗିରଫ କରିଛି । ଏହାପରେ କୋଲକାତାରେ କେନ୍ଦ୍ର ବନାମ ରାଜ୍ୟ ସରକାରଙ୍କ ଲଢେଇ ଚରମ ସୀମାରେ ପହଂଚିଛି ।

ଜାଣି ଚକିତ ହେବେ କି କାଲି ଯାହା ଘଟିଛି ତାହା କୌଣସି ପ୍ରଥମ ଘଟଣା ନୁହେଁ ବରଂ ଲାଲୁଙ୍କ ଗିରଫଦାରୀ ବେଳେ ବି ଏଭଳି ଡ୍ରାମା ଦେଖିବାକୁ ମିଳିଥିଲା । ୯୦ ଦଶକର କଥା, ଯେତେବେଳେ ସିବିଆଇର ତତକାଳୀନ ଜଏଂଟ ଡାଏରେକ୍ଟର ୟୁ.ଏନ.ବିଶ୍ୱାସ ଚାରା ଘୋଟାଲାର ତଦନ୍ତ କରୁଥିଲେ । ବିଶ୍ୱାସ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦକୁ ଗିରଫ କରିବାକୁ ଚାହୁଁଥିଲେ । ସେତେବେଳେ ରାଜ୍ୟରେ ରାବଡି ଦେବୀ ମୁଖ୍ୟମନ୍ତ୍ରୀ ଥିଲେ । ଆଉ ଏହି ସମୟରେ ବିହାରର ପୂର୍ବତମ ମୁଖ୍ୟମନ୍ତ୍ରୀ ଲାଲୁ ସିବିଆଇ ମଧ୍ୟରେ ଜବରଦସ୍ତ ଟକ୍କର ପରିସ୍ଥିତି ସୃଷ୍ଟି ହୋଇଯାଇଥିଲା ଲାଲୁଙ୍କ ବିରୋଧରେ ଗିରଫଦାରୀର ୱାରେଂଟକୁ କାମରେ ଲଗାଇବାକୁ କୌଣସି ସହଯୋଗ ମିଳିନଥିଲା । ତେବେ ଆପଣ ଭାବି ପାରିବେନି କି ଏହି ସମୟରେ ବିଶ୍ୱାସଙ୍କୁ କଣ ସବୁ କରିବାକୁ ପଡିଥିଲା? ଏପରିକି ସେ ଏଥିପାଇଁ ସେନାର ମଧ୍ୟ ସହାୟତା ଲୋଡିବାକୁ ପଛେଇ ନଥିଲେ ।

ସେ ସିବିଆଇ ଚାରା ଘୋଟାଲା ମାମଲାରେ ଲାଲୁଙ୍କୁ ଗିରଫ କରିବାକୁ ଚାହୁଁଥିଲେ ଏବଂ ସେ ସମସ୍ତ ଆଇନ କାନୁନ ଔପଚାରିକ ଭାବରେ ଶେଷ ମଧ୍ୟ କରିଦେଇଥିଲେ । ହେଲେ ରାଜ୍ୟ ସରକାରଙ୍କ ମେସିନାରୀ ଏଥିରେ ବିଘ୍ନ ସୃଷ୍ଟି କରୁଥିଲେ । ତେବେ ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟକୁ ଦୃଷ୍ଟିରେ ରଖି ସିବିଆଇ ବିହାରର ଚିଫ୍ ସେକ୍ରେଟାରୀ ତଥା ବି.ପି, ବର୍ମାଙ୍କ ଏନେଇ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କି ସେ ଲାଲୁଙ୍କୁ ଗିରଫ କରନ୍ତୁ, ହେଲେ ସିବିଆଇର ଅଧିକାରୀମାନଙ୍କୁ ସେତେବେଳେ କୁହାଗଲା କି ଚିଫ୍ ସେକ୍ରେଟାରୀ ବର୍ତ୍ତମାନ ରାଜ୍ୟରେ ଉପଲବ୍ଧ ନାହାନ୍ତି ବୋଲିା ଚିନ୍ତାରେ ଥିବା ସିବିଆଇ ଅଫିସରମାନେ ଏହାପରେ ରାଜ୍ୟର ପୁୁଲିସ ମହାନିର୍ଦ୍ଦେଶକଙ୍କ ସହ ସଂପର୍କ କରିଥିଲେ ।

ଡିଜିପି କହିଥିଲେ କି, ତାଙ୍କୁ କିଛି ସମୟ ଦରକାର ବୋଲି । ସିବିଆଇର ଜଏଂଟ ଡାଏରେକ୍ଟର ୟୁ.ଏନ.ବିଶ୍ୱାସ ସେତେବେଳେ ପାଟନା ଏସପିଙ୍କୁ କହିଥିଲେ କି ସେ ଲାଲୁଙ୍କୁ ଗିରଫ କରିବାକୁ ସେନାର ସହାୟତା ନିଅନ୍ତୁ ବୋଲି ।
ଏହି ମୁଦ୍ଦା ଉପରେ ସଂସଦରେ ବି ଘମାଘୋଟ୍ ଲଢେଇ ହୋଇଥିଲା । ସଦନର ରେକର୍ଡ ମୁତାବକ, ତତକାଳୀନ ଗୃହ ମନ୍ତ୍ରୀ ଇନ୍ଦ୍ରଜୀତ ଗୁପ୍ତା ସଦନକୁ କହିଥିଲେ କି ପାଟନାର ସିବିଆଇ ଏସପି ଦାନାପୁର କ୍ୟାଟର ଇନଚାର୍ଜ ଅଫିସରକୁ ଚିଠି ଲେଖିଥିଲେ । ଏଥିରେ ସେ ଲେଖିଥିଲେ କି ପାଟନା ହାଇକୋର୍ଟର ମୌଖିକ ନିର୍ଦ୍ଦେଶ ମୁତାବକ ଆପଣଙ୍କ ନିକଟରେ ଅନୁରୋଧ ରହିଛି କି ତତକାଳ ଅତି କମରେ ଏକ ପ୍ଲାଟୁନ ସଶସ୍ତ୍ର ବାହିନୀକୁ ସିବିଆଇ ପାର୍ଟିର ସହଯୋଗ ପାଇଁ ପାଇଁ ପଠାନ୍ତୁ , ଯାହା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ବିନା ଜାମିନର ଓାରେଂଟକୁ କାର୍ଯରେ ଲଗାଇବାକୁ ଚାହୁଁଛନ୍ତି ।

ଶ୍ରୀ ଗୁପ୍ତା ସଦନକୁ ଜଣାଇଥିଲେ କି ଦାନାପୁରର ଇନଚାର୍ଜ ସେନା ଅଫିସର ଏହି ଅନୁରୋଧ ସଂପର୍କରେ ନିଜର ବରିଷ୍ଠ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ । ଅଫିସର ଅଧିକାରୀ ଏହି ଚିଠିର ଉତରରେ ଲେଖି ଥିଲେ କି, ସେନା କେବଳ ଅଧିକୃତ ସିଭିଲ ଅଥରିଟିଜଙ୍କ ଅନୁରୋଧରେ ହିଁ ନାଗରିକ ପ୍ରଶାସନରେ କୌଣସି ପ୍ରକାରର ସହାୟତା କରିଥାଏ । ଏସଂପର୍କରେ ସେନା ମୁଖ୍ୟାଳୟଠାରୁ ମାର୍ଗଦର୍ଶନର ଅପେକ୍ଷା ରହିଛି । ଗୋଟିଏ ପଟେ ସେନା ସହଯୋଗ କରିବାକୁ ମନା କରିଦେଇଥିଲା, ଯାହା ପରେ ସିବିଆଇ କୋର୍ଟର ଦ୍ୱାରସ୍ଥ ହୋଇଥିଲା । କୋର୍ଟ ଅସହଯୋଗ ପାଇଁ ବିହାରର ଡିଜିପିଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଥିଲେ ।

କଥା ଏତିକିରେ ସରିନଥିଲା, ଲାଲୁଙ୍କୁ ଗିରଫ କରିବାକୁ ସାହସ ଦେଖାଇଥିବା ଅଧିକାରୀ ୟୁ.ଏନ.ବିଶ୍ୱାସଙ୍କର ସଚ୍ଚୋଟତାକୁ ବହୁତ ପ୍ରଶଂସା କରାଯାଇଥିଲା । ହେଲେ ଏହି କାହାଣୀରେ ଆଉ ଗୋଟିଏ ଟୁଇଷ୍ଟ ଦେଖିବାକୁ ମିଳିଥିଲା ଯେତେବେଳେ ଏହି ଅଫିସର ଜଣକ ରାଜନୀତିରେ ସାମିଲ ହୋଇଗଲେ ଏବଂ ଆପଣ ଜାଣି ଚକିତ ହେବେ କି ସେ ମମତା ବାନାର୍ଜିଙ୍କ ପାର୍ଟି ତଥା ତୃଣମୂଳ କଂଗ୍ରେସରେ ସାମିଲ ହୋଇଗଲେ । ଏଥିରେ ତାଙ୍କୁ ପଛୁଆ ବର୍ଗ କଲ୍ୟାଣ ବିଭାଗର ମନ୍ତ୍ରୀ କରାଯାଇଥିଲା ।