୨୬ ବର୍ଷ ପରେ ପୂର୍ବତନ ପୋଷ୍ଟମାଷ୍ଟର ଗିରଫ : ଅର୍ଥ ଆତ୍ମସାତ ଅଭିଯୋଗରେ ଦୁର୍ଯୋଧନ ମହାନ୍ତିଙ୍କୁ ଗିରଫ କଲା ସିବିଆଇ

22

ବାଲେଶ୍ୱର : ଅର୍ଥ ଆତ୍ମସାତ ଅଭିଯୋଗରେ ୨୬ ବର୍ଷ ପରେ ପୂର୍ବତନ ପୋଷ୍ଟମାଷ୍ଟର ଦୁର୍ଯୋଧନ ମହାନ୍ତିଙ୍କୁ ସିବିଆଇ ଗିରଫ କରିଛି । ବାଲେଶ୍ୱର ଖଇରାରୁ ତାଙ୍କୁ ଗିରଫ କରାଯାଇଛି । ସେ ୧୯୯୦ ମସିହାରେ ଖଇରା ପୋଷ୍ଟମାଷ୍ଟର ଥିବା ସମୟରେ ତାଙ୍କ ବିରୋଧରେ ଅର୍ଥ ଆତ୍ମସାତ ଅଭିଯୋଗ ହୋଇଥିଲା।

ଏହା ପରେ ହାଇକୋର୍ଟ ତାଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି କରିଥିଲେ ।  ପରେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିଥିଲା ।