ବିମାନ ଟିକେଟରେ ବିଶେଷ ଅଫର୍ : ମାତ୍ର ୮୯୯ ଟଙ୍କାରେ ମିଳୁଛି ଟିକେଟ୍, ଆଜି ହିଁ ବୁକ୍ କରନ୍ତୁ ମିଳିବ କ୍ୟାସବ୍ୟାକ୍

222

ଯଦି ଆପଣ ମଧ୍ୟ ଯାତ୍ରା କରିବା ପାଇଁ ଯୋଜନା କରୁଛନ୍ତି । ତେବେ ଆପଣଙ୍କ ପାଇଁ ଖୁସିଖବର । ଇଣ୍ଡିଗୋ ଓ ଭିସ୍ତରା ଏୟାରଲାଇନ୍ସ ଆପଣଙ୍କ ପାଇଁ ଏକ ବିଶେଷ ଅଫର ଆଣିଛି । ଏହି ଅଫର ଅଧିନରେ ଆପଣଙ୍କୁ ବିଦେଶ ଯାତ୍ରା କରିବା ପାଇଁ ମାତ୍ର ୩,୩୯୯ ଟଙ୍କାରେ ଟିକେଟ୍ ମିଳିଯିବ । ଇଣ୍ଡିଗୋର ଏହି ସେଲ୍ ସୋମବାରରୁ ଆରମ୍ଭ ହୋଇଛି ଏବଂ ଆଜି ତାର ଶେଷ ଦିନ । ଇଣ୍ଡିଗୋ ଯେଉଁ ଟିକେଟରେ ଅଫର ଦେଉଛି, ତାହା ୨୬ ଫେବୃୟାରୀରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତର ଯାତ୍ରା ଅବଧି ପାଇଁ ହେବ ।

ଭିସ୍ତରାର ସେଲ ମଙ୍ଗଳବାର ଓ ବୁଧବାର ପାଇଁ ଖୋଲିଛି । ଅର୍ଥାତ୍ ଏହାର ମଧ୍ୟ ଆଜି ଶେଷ ଦିନ । ଏଥିରେ ୨୭ ଫେବୃୟାରୀରୁ ୧୮ ଫେବୃୟାରୀ ପର୍ଯ୍ୟନ୍ତ ଯାତ୍ରା ପାଇଁ ଡୋମେଷ୍ଟିକ୍ ଫ୍ଲାଇଟ୍ ଟିକେଟ୍ ପାଇଁ ଶସ୍ତା ଦାମରେ ମିଳୁଛି ।

ଘରୋଇ ରୁଟରେ ଉଭୟ କମ୍ପାନୀର ଟିକେଟର ସର୍ବନିମ୍ନ ମୂଲ୍ୟ ୮୯୯ ଟଙ୍କା ହେବ । ଇଣ୍ଡିଗୋର ଅନ୍ତର୍ଜାତୀୟ ଫ୍ଲାଇଟ୍ସର ଟିକେଟର ସର୍ବନିମ୍ନ ଭଡା ୩,୩୯୯ ଟଙ୍କା । ଏହି ଅଫର ସହିତ ଇଣ୍ଡିଗୋ ଆମେରିକନ୍ ଏକ୍ସପ୍ରେସ୍, ଆରବିଏଲ ଓ ଡିବିଏସ୍ କାର୍ଡରେ ପେମେଣ୍ଟ କରିବା ଉପରେ ୨୦% କ୍ୟାସବ୍ୟାକ୍ ଦେଉଛି । ଇଣ୍ଡିଗୋ ତରଫରୁ ଦିଆଯାଇଥିବା ସୂଚନା ମୁତାବକ, ଏହି ଅଫର୍ କେବଳ ନନ୍ ଷ୍ଟପ୍ ଫ୍ଲାଇଟ୍ ଉପରେ ମାନ୍ୟ ଅଛି ।