କୁହୁଡିରେ ସାବଧାନରେ କେମିତି ଚଳେଇବେ ଗାଡ଼ି : ଜାଣି ରଖନ୍ତୁ କିଛି ଜରୁରି ଟିପ୍ସ

68

ଘନ କୁହୁଡିରେ ପରିବେଶ ପୁରା ଘୋଡେଇ ହୋଇଯାଇଥାଏ । କୁହୁଡି ପାଗରେ ରୋଡ୍ ଆକ୍ସିଡେଂଟର ସମସ୍ୟା ଖୁବ୍ ବଢିଯାଏ । ଏଣୁ ଏହିପରି ଏହା ନିହାତି ଜାଣିବା ଦରକାର ଯେ କେମିତି ଆପଣ କୁହୁଡିରେ ଡ୍ରାଇଭିଂ କଲାବେଳେ ସାବଧାନ ରହିବେ । ଗାଡି ଚଳାଇବାରେ ସୁରକ୍ଷା ଅବଲମ୍ବନ କରିବେ । ଆସନ୍ତୁ ତାହେଲେ ଜାଣିବା କୁହୁଡିରେ ନିରାପଦ ଡ୍ରାଇଭିଂର ତରିକା –

୧- କୁହୁଡି ବେଳେ ଆପଣଙ୍କର ଗାଡିର ହେଡଲାଇଟକୁ କେବେହେଲେ ହାଇ ବିମ୍ ରେ ରଖନ୍ତୁ ନାହିଁ । ଏମିତି କରିବା ଦ୍ୱାରା କୁହୁଡିରେ ଆଲୋକ ରଶ୍ମୀ ବିଛୁରିତ ହୋଇଯାଏ । ଏବଂ କିଛି ନଜର ଆସେନାହିଁ । ହେଡଲାଇଟ୍ କୁ ସବୁବେଳେ ଲୋ ବିମ୍ ରେ ରଖନ୍ତୁ । ଏହାଦ୍ୱାରା ଆପଣଙ୍କୁ ଦେଖିବା ସହଜ ହେବ । ଆଉ ଆପଣଙ୍କର ସାମ୍ନା ଲୋକକୁ ଗାଡିର ସ୍ଥିତି ବିଷୟରେ ଜଣାପଡିବ ।

୨- କୁହୁଡିରେ ସଫା ଦେଖିବା ସହ ଏହା ଜରୁରି ଯେ ଆପଣଙ୍କୁ ଅନ୍ୟ ଗାଡି ଚାଳକ ଯେମିତି ସହଜରେ ଦେଖିପାରିବ । କିଛି ଲୋକ କୁହୁଡିରେ ହେଡଲାଇଟ୍ ବନ୍ଦ କରି କେବଳ ଫଗ୍ ଲାଇଟ୍ ଜଳାଇଦେଇଥାନ୍ତି । ଏହା ବିପଦପୂର୍ଣ୍ଣ ହୋଇପାରେ । କାରଣ ଦୂରରୁ ଆସୁଥିବା ଲୋକକୁ ଫଗ୍ ଲାଇଟ୍ ଦେଖାଯାଇନଥାଏ । କିନ୍ତୁ ଲୋ ବିମ୍ ରେ ଜଳୁଥିବା ହେଡଲାଇଟକୁ ଅନ୍ୟ ଡ୍ରାଇଭର ସହଜରେ ଦେଖିପାରେ ।

୩- କୁହୁଡି ପାଗରେ ଦୁର୍ଘଟଣା ହେବାର ସୁଯୋଗ ଅଧିକ ଥାଏ । ଏବଂ ଏହି କାରଣରୁ ଖରାପ ଭିଜିବିଲିଟିରେ ଦ୍ରୁତ ଗତିରେ ଗାଡି ଚଳାଇବା ଠିକ୍ ନୁହେଁ । ନିଜକୁ ଓ ଅନ୍ୟକୁ ସୁରକ୍ଷା ଦେବାକୁ ଗାଡିକୁ ଧିରେ ଚଳାନ୍ତୁ । ସ୍ପିଡୋମିଟର ଉପରେ ନଜର ରଖନ୍ତୁ । କିଛି ସମୟ କୁହୁଡିରେ ଯିବା ପରେ ଡ୍ରାଇଭର ନିଜେ ଆଡଜଷ୍ଟ କରିନିଏ । ଏବଂ ଗାଡିର ସ୍ପିଡ୍ ବଢିବାକୁ ଲାଗେ । କେବେହେଲେ ଅନ୍ୟ ଗାଡିକୁ ଓଭରଟେକ୍ କରିବାକୁ ଚେଷ୍ଟା କରନ୍ତୁ ନାହିଁ ।

୪- ଘନ କୁହୁଡିରେ ସବୁଠୁ ଭଲ ତରିକା ହେଲା , ସଡକର ବାମ କଡରେ ଚାଲନ୍ତୁ । ଏହାଦ୍ୱାରା ଗାଡି ଏକ ଦିଗରେ ଏପଟ ସେପଟ ନହୋଇ ଚାଲିବ । କିଛି ବଡ ସଡକରେ ହଳଦିଆ ରଙ୍ଗର ଲାଇନ୍ ବି ଥାଏ । ସଡକ ପାର୍ଶ୍ୱରେ ଲାଗିଥିଲା ଏହି ହଳଦିଆ ଲାଇନକୁ ଅନୁସରଣ କରି ଯାଇପାରିବେ । ସଡକର ମଝିରେ ଚାଲନ୍ତୁ ନାହିଁ ।

୫- ସବୁଠୁ ଅଧିକ ଜରୁରି ଜିନିଷ ହେଲା ଯଦି ରାସ୍ତାରେ ଗାଡି ରୋକିବାକୁ ପଡେ ବା ବନ୍ଦ ହୋଇଯାଏ ତ ଏହାକୁ ସଡକର ପାର୍ଶ୍ୱରୁ ହଟାଇଦିଅନ୍ତୁ । କାରଣ ଏଇଥି ପାଇଁ ଯେ ଆପଣ ପାର୍କିଂ ଲାଇଟ୍ ଅନ୍ କରିଥିଲେ ବି କେହି ଆପଣଙ୍କର ଗାଡିକୁ ପଛରୁ ଧକ୍କା ଦେବାର ସମ୍ଭାବନା ଥାଏ ।