୨୫୦ ଟଙ୍କାର ଭଡ଼ା ଘରେ ବିତୁଥିଲା ଜୀବନ ! ଜାଣନ୍ତୁ ଚିକ୍ ସାମ୍ପା କମ୍ପାନୀର ମାଲିକ କିପରି ହେଲେ କୋଟିପତି ?

48

୨୫୦ ଟଙ୍କିଆ ଘରୁ ଆରମ୍ଭ ହୋଇଥିଲା ସଂଘର୍ଷପୂର୍ଣ୍ଣ ଜୀବନ । କିନ୍ତୁ କଠିନ ପରିଶ୍ରମ ଓ ସଫଳ ହେବାର ଇଚ୍ଛା ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଦେଲା । ଏ କାହାଣୀ ହେଲା ଚିକ୍ ସାମ୍ପା କମ୍ପାନୀ ମାଲିକ ସି.କେ.ରଙ୍ଗନାଥନଙ୍କର । ତାଙ୍କୁ ମାତ୍ର ୨୨ ବର୍ଷ ହୋଇଥିବାବେଳେ କେବଳ ୧୫,୦୦୦ ଟଙ୍କା ନେଇ ନିଜ ଘରୁ ବାହାରିଥିଲେ । ସ୍ୱପ୍ନ ଥିଲା ନିଜର ଏକ ବ୍ୟବସାୟ ଆରମ୍ଭ କରିବେ । ଆଜି ସେ ତାଙ୍କର କଠୋର ପରିଶ୍ରମ ବଳରେ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ କୋଟି କୋଟି ଟଙ୍କାର ମାଲିକ ଅଛନ୍ତି । ଚିକ୍ ସାମ୍ପୋ ତିଆରି କରୁଥିବା କମ୍ପାନୀ କେଭନିକେୟର ପ୍ରାଇଭେଟ୍ ଲିମିଟେଡ଼ର ମାଲିକ ଅଛନ୍ତି ସି.କେ.ରଙ୍ଗନାଥନ୍ । ତାଙ୍କ କମ୍ପାନୀ ସାମ୍ପୋ ବ୍ୟତୀତ ଆଉ ଅନେକ ବ୍ୟବସାୟ ମଧ୍ୟ ମଧ୍ୟ ଜଡ଼ିତ ।

ସାମ୍ପୋ ବ୍ୟବସାୟ ତାଙ୍କର ଘରୋଇ ବ୍ୟବସାୟ । କିନ୍ତୁ ବାପାଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ଓ ତାଙ୍କ ଭି୍ତରେ ଆରମ୍ଭ ହୋଇଥିଲା । ଆଉ ସେ ଘର ଛାଡ଼ିଦେଲେ । ମିଡ଼ିଆ ରିପୋର୍ଟ ଅନୁସାରେ ସେ ଘରୁ କେବଳ ୧୫୦୦୦ ଟଙ୍କା ଧରି ବାହାରି ଥିଲେ । ଘରୁ ବାହାରିବା ପରେ ସେ ପ୍ରଥମେ ନିଜର ଏକ ରହିବାସ୍ଥାନ ଖୋଜିଲେ । ସେ କହିଛନ୍ତି ମାତ୍ର ୨୫୦ ଟଙ୍କା ଭଡ଼ା ନେଉଥବା ଛରେ ସେ ରହିବାର ବ୍ୟବସ୍ଥା କଲେ । ଏକ କିରୋସିନି ଷ୍ଟୋଭ୍ ଓ ସାଇକେଲ ମଧ୍ୟ କିଣିଲେ । ଘରୁ ବାହାରିବା ପରେ ସେ ଏକ ପ୍ରକାର ଦୃଢ଼ ପ୍ରତିଜ୍ଞ ହୋଇସାରିଥିଲେ, ଯେ କିପରି ସଫଳ ହେବି ।

କିଛି ସମୟ ପରେ ସେ ଚିକ୍ ବ୍ରାଣ୍ଡର ସାମ୍ପୋ ତିଆରି କରିବା ଆରମ୍ଭ କରିଦେଇଥିଲେ । ସେତେବେଳେ ଚିକ୍ ସାମ୍ପୋର ୭ ଏମଏଲର ଶିଶି ମାତ୍ର ୭୫ ପଇସାରେ ମିଳୁଥିଲା । ଯାହା ଲୋକଙ୍କ ପାଇଁ ଥିଲା ବହୁତ ଶସ୍ତା । ଧୀରେ ଧୀରେ ଚିକ ସାମ୍ପୋ ସମସ୍ତଙ୍କୁ ପସନ୍ଦ ଆସିଲା ଏବଂ ଦେଶରେ ଲୋକପ୍ରିୟ ହେବାରେ ଲାଗିଲା । ଦକ୍ଷିଣ ଭାରତରେ ତିଆରି ହେଉଥିବା ଶାମ୍ପୋ ପୁରା ଭାରତରେ ବିକ୍ରି ହେବାରେ ଲାଗିଲା । ଆଜି ତାଙ୍କ କମ୍ପାନୀରେ ୪,୦୦୦ରୁ ମଧ୍ୟ ଅଧିକ ଲୋକ କାମ କରୁଛନ୍ତି । ତାଙ୍କର ଏହି ଉତ୍ପାଦ ବହୁତ ଲୋକପ୍ରିୟ ହାସଲ କଲା । ଚିକ୍ ସାମ୍ପୋ ହିଁ ତାଙ୍କ ପାଇଁ ସଫଳତାର ବାଟ ଖୋଲିଦେଲା ଆଉ କମ୍ପାନୀର ଟର୍ଣ୍ଣଓଭର ୧୪୫୦ କୋଟି ହୋଇଗଲା ।