ଉପନିର୍ବାଚନରେ ବିଜେପିକୁ ବଡ ଝଟକା : ୟୁପିର କୈରାନା ହାତରୁ ଖସିବା ଏକପ୍ରକାର ନିଶ୍ଚିତ

25

କନକ ବ୍ୟୁରୋ : ଉପନିର୍ବାଚନରେ ବିଜେପିକୁ ଝଟକା । ଆଜି ୪ଟି ଲୋକସଭା ଓ ୧୦ଟି ବିଧାନସଭା ଆସନରେ ଉପନିର୍ବାଚନ ଲାଗି ଭୋଟଗଣତିରେ ବିଜେପିକୁ ବଡ ଝଟକା ଲାଗିଛି । ଉତର ପ୍ରଦେଶର କୈରାନା, ମହାରାଷ୍ଟ୍ରର ଭଣ୍ଡାରା ଏବଂ ପାଲଘର ସହିତ ନାଗାଲାଣ୍ଡରେ ଗୋଟିଏ ଲୋକସଭା ଆସନ ଲାଗି ଭୋଟଗଣତି ଚାଲିଛି । ୟୁପିର କୌରାନାରେ ବିରୋଧୀଙ୍କ ମିଳିତ ପ୍ରାର୍ଥୀ ଆରଏଲଡି ବିଜେପିଠାରୁ ବହୁ ଆଗରେ ଅଛନ୍ତି । ଆରଏଲଡିର ତବସୁମ ହସମ ବିଜେପି ପ୍ରାର୍ଥୀଙ୍କଠାରୁ ଆଗରେ ଅଛନ୍ତି । ପାଲଘରରେ ବିଜେପି ଓ ଭଣ୍ଡାରାରେ ଏନସିପି ଆଗୁଆ ଅଛନ୍ତି ।

Voter-Verifiable-Paper-Audit-Trail

ନାଗାଲାଣ୍ଡର ଗୋଟିଏ ଲୋକସଭା ଆସନରେ କଂଗ୍ରେସ ସମର୍ଥି ନାଗାଲାଣ୍ଡ ପୁପଲସ ଫ୍ରଂଟ ଆଗରେ ଅଛନ୍ତି । ୧୦ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ଗୋଟିଏ, କଂଗ୍ରେସ ୩ଟି ଓ ଅନ୍ୟ ୬ଟି ଆସନରେ ଆଗୁଆ ଅଛନ୍ତି । ଝାଡଖଣ୍ଡରେ ଜେଏମଏମ ଦୁଇଟି ଆସନରେ ଆଗରେ ଅଛି । ଉତରପ୍ରଦେଶର ନୁରୁପୁରରେ ବିଜେପି ପରାସ୍ତ ହୋଇଛି । କର୍ଣ୍ଣାଟକର ଗୋଟିଏ ଆସନରେ କଂଗ୍ରେସ ଆଗରେ ଅଛି । ବିହାରରେ ଜୋକିହାଟ ଆସନରେ ନୀତୀଶ କୁମାରକୁ ବଡ ଝଟକା ଲାଗିଛି । ଏଠାରେ ଆରଜେଡି ବିଜୟ ହୋଇଛି । ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଓ କେରଳରେ ସିପିଏମ ଆଗରେ ରହିଛି । ପଞ୍ଜାବର ଗୋଟିଏ ଆସନରେ କଂଗ୍ରେସ ଆଗରେ ଅଛି ।