ମାତ୍ର ୫ ହଜାର ଟଙ୍କା ଦେଇ ଘରକୁ ଆଣନ୍ତୁ କାର ! ଜାଣନ୍ତୁ କେଉଁ କମ୍ପାନୀ ଦେଉଛି ଏଭଳି ସୁବର୍ଣ୍ଣ ସୁଯୋଗ ।

39

କାର କିଣିବାରେ ସଉକ ରଖୁଥିବା ଲୋକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ମାତ୍ର ୫ ହଜାର ଟଙ୍କା ଇଏମଆଇ ବିନିମୟରେ ଏବେ କିଣି ପାରିବେ କାର । ପୂର୍ବରୁ ଗୋଟିଏ କାର କିଣିବା ପାଇଁ ଉପଭୋକ୍ତାଙ୍କୁ ମୋଟା ରକମର ଡାଉନପେମେଣ୍ଟ ଦେବାକୁ ପଡୁଥିଲା । ଏବଂ ମୋଟା ରକମର ଇଏମଆଇ ମଧ୍ୟ ଦେବାକୁ ପଡୁଥିଲା । କିନ୍ତୁ ଏବେ କେତେକ କାର କମ୍ପାନୀ କାର କିଣିବା ଉପରେ ବିଭିନ୍ନ ପ୍ରକାର ଡିସକାଉଣ୍ଟ ଦେଉଛନ୍ତି । ତେଣୁ କାର କିଣିବାକୁ ଇଚ୍ଛୁକ ଗ୍ରାହକ ମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ହୋଇପାରେ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ କାର କମ୍ପାନୀ ଦେଉଛନ୍ତି ଡିସକାଉଣ୍ଟ ।

ରେନୋ କ୍ୱିଡ :

ରେନୋ କ୍ୱିଡର ଆରମ୍ଭ ଦର ୨.୬୭ ଲକ୍ଷ ରହିଛି । ଯଦି ଆପଣ ଏହି କାରକୁ କିଣିବା ପାଇଁ ଇଚ୍ଛୁକ ତେବେ ମାତ୍ର ୫୦ ହଜାର ଟଙ୍କା ଡାଉନପେମେଣ୍ଟ ଦେଇ ବାକି ଟଙ୍କା ୫ ବର୍ଷ ମଧ୍ୟରେ ଇଏମଆଇ ଜରିଆରେ ସୁଝିପାରିବେ । ଇଏମଆଇ ସୁଧ ମାତ୍ର ୧୧ ପ୍ରତିଶତ ବର୍ଷ ହିସାବରେ ଧାର୍ଯ୍ୟ ରହିବ ।

ମାରୁତି ଅଲ୍ଟୋ ୮୦୦ :

ମାରୁତି କମ୍ପାନୀର ଏକ ପପୁଲାର କାର ଏବଂ ସବୁଠାରୁ ଅଧିକ ବିକ୍ରି ହେଉଥିବା ହ୍ୟାଚବ୍ୟାକ ଅଲଟୋ ୮୦୦ ର ଦାମ ୨.୫୧ ଲକ୍ଷ ଟଙ୍କା ରହିଛି । ଯଦି ଆପଣ ଏହାକୁ କିଣିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି ତେବେ ମାତ୍ର ୫୦ ହଜାର ଟଙ୍କା ଡାଉନପେମେଣ୍ଟ ଦେଇ ଏହି କାରକୁ ନିଜର କରିପାରିବେ । ଏହାକୁ ଛାଡି ଦେବାକୁ ଥିବା ବାକି ରକମ ୪୩୭୫ ଟଙ୍କାର ମାସିକ ଇଏମଆଇ ଜରିଆରେ ଡିପୋଜିଟ କରିପାରିବେ । ଏହି ଇଏମଆଇ ୫ ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ ସମୟ ଦେବ । ଠିକ ସେହିଭଳି ଅନ୍ୟ ତିନୋଟି କାର ଡେଟସନ ରେଡି-ଗୋ, ହୁଣ୍ଡାଇ ଇଓନ ଓ ଟାଟା ଟିଆଗୋ ଗୁଡିକୁ ମଧ୍ୟ ସମାନ ଇଏମଆଇ ଏବଂ ସମାନ ସୁଧ ଦେଇ କିଣିପାରିବେ ।