ଆନ୍ଦୋଳନ ସ୍ଥଗିତ ରଖିଲା ବୁର୍ଲା ଜୁନିଅର ଡାକ୍ତର ସଂଘ : ୪ ଟି ଦାବି ପୂରଣ ନେଇ ସରକାର ଦେଲେ ପ୍ରତିଶ୍ରୁତି

18

ସମ୍ବଲପୁର ବ୍ୟୁରୋ, କନକ ନ୍ୟୁଜ୍ : ଆନ୍ଦୋଳନ ସ୍ଥଗିତ ରଖିଲା ଜେଡିଏ । ୯ ଦଫା ଦାବି ନେଇ ଆନ୍ଦୋଳନ କରୁଥିବା ବୁର୍ଲା ଜୁନିଅର ଡକ୍ଟର ଆସୋସିଏସନ୍ ଆଜି ଆନ୍ଦୋଳନ ସ୍ଥଗିତ ରଖିଛି । ଆରଡିସିଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ପାଇଁ ସଂଘ ନିଷ୍ପତି ନେଇଛି । ମୁଖ୍ୟତଃ ୪ ଟି ଦାବି ଉପରେ ସରକାରଙ୍କ ଠାରୁ ପ୍ରତିଶ୍ରୁତି ମିଳିଥିବା ସୂଚନା ଦେଇଛନ୍ତି ଜେଡିଏ ସଭାପତି ଶଙ୍କର ରାମଚନ୍ଦାନୀ । ଫଳରେ ବର୍ତମାନ ସ୍ଥିତିରେ ରୋଗୀସେବାକୁ ନଜରରେ ରଖି ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ସଂଘ । ବୁର୍ଲା ହସପିଟାଲରେ ଭିତିଭୂମି ସୁଧାର ନେଇ ୩ ଦିନ ହେଲା ଆନ୍ଦୋଳନ କରୁଥିଲା ଜୁନିଅର ଡାକ୍ତର ସଂଘ । ଫଳରେ ହସପିଟାଲରେ ସ୍ୱାସ୍ତ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଥିଲା । ଆଜି ଆନ୍ଦୋଳନ ସ୍ଥଗିତ ରଖିଛି ସଂଘ ।