ରୌଦ୍ର ରୁପ ଧାରଣ କଲା ମୌସୁମୀ ବର୍ଷା ! ବ୍ରହ୍ମପୁତ୍ର ନଦୀରେ କାଗଜ ଭଳି ବୋହିଗଲା ସ୍କୁଲ , ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ ।

337

ମୌସୁମୀର ସୋମ୍ୟ ବର୍ଷା ଏବେ ରୌଦ୍ର ରୁପ ଧାରଣ କରିଛି । ଲଗାତାର ବର୍ଷା କାରଣରୁ ଅନେକ ସ୍ଥାନରେ ବନ୍ୟା ଭଳି ପରିସ୍ଥିତି ମଧ୍ୟ ଉପୁଜିଛି । ଲଗାତାର ମୁସଳ ବର୍ଷା କାରଣରୁ ଆସାମରେ ପ୍ରାୟ ୧୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା ଯୋଗୁଁ ଅନେକ ଘର ଭାଙ୍ଗିଯିବା ସହ ବଡ ବଡ ଅଟ୍ଟାଳିକା ଧରାଶାୟୀ ହୋଇପଡିଛି । ନ୍ୟୁଜ୍ ଏଜେନ୍ସୀ ଏଏନଆଇ ଏକ ସ୍କୁଲର ଭିଡିଓ ଜାରି କରିଛି ଯେଉଁଥିରେ ବନ୍ୟାର ପ୍ରଖର ସ୍ରୋତରେ ସ୍କୁଲଟି କାଗଜ ଭଳି ବୋହି ଯାଉଥିବାର ଦେଖାଯାଉଛି ।

ମୋରିଗାଁଓ ଜିଲ୍ଲାର ଟେଙ୍ଗାଗୁରୀ ସ୍ଥିତ ଏକ ସ୍କୁଲଟି ଦେଖୁ ଦେଖୁ ଲୋକଙ୍କ ଆଖି ଆଗରେ ବ୍ରହ୍ମପୁତ୍ର ନଦୀରେ ବୋହିଗଲା । ୨୬ ସେକେଣ୍ଡରେ ଥିବା ଏହି ଭିଡିଓରେ ଦେଖାଯାଉଛି ଯେ କାଗଜ ଭଳି ସ୍କୁଲଟି ପାଣିରେ ବୋହିଯାଉଛି । ସୋସିଆଲ୍ ମିଡିଆରେ ଏହି ଭିଡିଓ ଏବେ ଖୁବ୍ ସେୟାର୍ କରାଯାଉଛି । ଆସାମରେ ବନ୍ୟାର ସ୍ଥିତି ଗମ୍ଭୀର ହେବାକୁ ଲାଗିଛି । ଓଡ୍ରାଫ୍ , ଏନଡିଆରଏଫ୍ ଟିମ୍ ବନ୍ୟା ପ୍ରପୀଡିତଙ୍କୁ ଉଦ୍ଧାର ପାଇଁ ଅହରହ ଚେଷ୍ଟା କରୁଛନ୍ତି ।